
ବଲାଙ୍ଗିର,ବଲାଙ୍ଗିର ଡିଭିଜନ ବନ ବିଭାଗରେ କାର୍ଯ୍ୟରତ ଏସିଏଫ୍ ବାବାଜି ଚରଣ ରାଉଳ ପଦୋନ୍ନତି ପାଇ ଡିଏଫଓ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଗତ ୬ ତାରିଖରେ ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ସେ ପଦୋନ୍ନତି ପାଇଥିବା ଉଲ୍ଲେଖ ହୋଇଛି । ଶ୍ରୀ ରାଉଳ ଆଗରୁ ଲାଠୋର ଏବଂ ସଦର୍ ରେଞ୍ଜ ରେ ରେଞ୍ଜର ଭାବରେ କାର୍ଯ୍ୟ କରି ୨୦୧୮ ରେ ଏସିଏଫ୍ ଭାବରେ ପଦୋନ୍ନତି ପାଇ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଏବେ ତାଙ୍କୁ ପଦୋନ୍ନତି ମିଳିଛି । ପଦୋନ୍ନତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ସୁଦ୍ଧା ଏବେ ତାଙ୍କୁ ବଦଳି ସମ୍ପର୍କରେ କୌଣସି ସୂଚନା ମିଳିନଥିବା ଜଣାଯାଇଛି ।