
ପୁରୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ମା କାଳୀଯାଇ ପୀଠ ଓ ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ମହାବୀର ପୀଠରେ ୧୪୪ ଧାରା ଜାରୀ କରାଯାଇଛି । ମକର ସଂକ୍ରାନ୍ତୀ ଉପଲକ୍ଷେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି କଟକଣା ଜାରୀ କରାଯାଇଛି । ଆଜି ଭୋର୍ ୫ଟା ଠାରୁ ଲାଗୁ ହୋଇଥିବା ଏହି କଟକଣା ରାତି ପର୍ଯ୍ୟନ୍ତ ବଳବତର ରହିବ ।
ସେହିପରି ପୁରୀ ସହରସ୍ଥ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ମନ୍ଦିରରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି ।