ଗଞ୍ଜାମ, ଆସନ୍ତା ୧୭ ତାରିଖ ଯାଏଁ ଗୋପାଳପୁର, ସୋନପୁର ସମେତ ଜିଲ୍ଲାର ସମସ୍ତ ବେଳାଭୂମି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଛି । ମକର ପର୍ବରେ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରୀ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଫଳରେ ଏହି ବେଳାଭୂମି ଅଂଚଳ ଗୁଡିକ ପର୍ଯ୍ୟଟକଙ୍କ ବିନା ଖାଁ ଖାଁ ହୋଇପଡିଛି ।