ନୂଆପଡ଼ା,ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ଧାନ ମଣ୍ଡି। ସ୍ଵତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅବ୍ୟବସ୍ଥା ସ୍ଥାନରେ ଧାନ ମଣ୍ଡି ହୋଇଛି। କେଉଁଠାରେ ମଧ୍ଯ ଧାନ ମଣ୍ଡି ପାଇଁ ଖଳା କିମ୍ବା ଧାନ ରଖିବା ପାଇଁ ପିଣ୍ଡି ତିଆରି ହୋଇନାହିଁ। ଯେଉଁ ଠାରେ କିଛି ବ୍ୟବସ୍ଥା ରହିଛି ସେଠାରେ ମଣ୍ଡି ନ କରି ଖୋଲା ଆକାଶ ତଳେ ପଡିଆ ଜାଗାରେ କରଯଇଛି। ଯାହାଫଳରେ ଅଦିନିଆ ବର୍ଷା ଯୋଗୁଁ ପାଣି ଜମି ରହିଛି। ସରକାରୀ ସ୍ତରରେ ମଣ୍ଡି ପାଇଁ ସବୁପ୍ରକାର ସୁବିଧା ନ ଥାଇ ଅଲଗା ଜାଗା ଗୁଡିକରେ ଧାନ ବିକ୍ରୀ କରାଯାଉଛି। ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରଶାସନ ତରଫରୁ କେବଳ ପଲିଥିନ ଦିଆଯାଇ କାମ କୁ ଶେଷ କରିଦିଆଯାଇଛି। ସିନାପାଲି ଅଞ୍ଚଳ ର ଚାଷୀ ମାନେ ବହୁ ପରିଶ୍ରମ ରେ ଧାର କରଜ କରି ଧାନ ଚାଷ କରିଛନ୍ତି। ଦୁଇ ପଇସା ପାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ଧାନ ମଣ୍ଡି ଗୁଡ଼ିକର ଅବ୍ୟବସ୍ଥା ଯୋଗୁଁ ଧାନ ବସ୍ତା ଗୁଡକ ବର୍ଷା ରେ ଭିଜି ରହୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଧାନ ମଣ୍ଡି ର ସୂ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳର ଚାଷୀ ମାନେ ଦାବୀ କରୁଛନ୍ତି।