କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ନିବାସୀ ପଞ୍ଚୁ ପ୍ରଧାନଙ୍କ ସୁପୁତ୍ର ତଥା ଧର୍ମ ପରାୟଣ ପୁରୁଷ ଦୁର୍ଗା ଚରଣ ପ୍ରଧାନଙ୍କ ୭୨ ବର୍ଷ ବୟସରେ ଗୁରୁବାର ଦିନ ୯ ଘଂଟିକା ୩୫ ମିନିଟ ସମୟରେ ବିୟୋଗ ଘଟିଛି |ତାଙ୍କ ବିୟୋଗରେ ବରପୁଟ ଗ୍ରାମ ସହିତ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି |ତାଙ୍କ ବିୟୋଗ ବରପୁଟ ଗ୍ରାମବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |ସେ ଏକାଧାରରେ ଜଣେ ନିଷ୍କପଟ, ମିଷ୍ଟଭାଷୀ , ଦୟାଳୁ ,ଧର୍ମପରାୟଣ ଓ ପରୋପକାରୀ ପୁରୁଷ ଥିଲେ । ବରପୁଟ ଗ୍ରାମର ପ୍ରଧାନ ପରିବାରରେ ଜନ୍ମଗ୍ରହଣ କରିଥିବା ଦୁର୍ଗା ଚରଣ ପ୍ରଧାନ କଳା ସଂସ୍କୃତି ପ୍ରେମୀ ଥିଲେ ଏବଂ ସମାଜସେବା କ୍ଷେତ୍ରରେ ବହୁତ ରୁଚି ରଖୁଥିଲେ ।ତାଙ୍କର ପିତାଙ୍କ ପରି ସେ ମଧ୍ୟ ଧର୍ମ ପରାୟଣ ଥିଲେ |ତାଙ୍କ ପିତା ଗ୍ରାମରେ କୀର୍ତ୍ତନ ମଣ୍ଡଳୀ ଡାକି ସଂକୀର୍ତନ ମାଧ୍ୟମରେ ଗ୍ରାମ ବାସୀଙ୍କୁ ସତ ଶିକ୍ଷା ପ୍ରଦାନ କରୁଥିବା ସମୟରେ ଦୁର୍ଗା ଚରଣ ତାଙ୍କୁ ସହଯୋଗ କରୁଥିଲେ |ଏଥିସହିତ ୧୯୭୯ ମସିହାରେ ଦୁର୍ଗା ଚରଣ ଏବଂ ତାଙ୍କର ଦୁଇଜଣ ସହଯୋଗୀ ମିଳିତ ଭାବେ ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦ ଗଠନ କରିଥିଲେ |ଏହି ସତସଙ୍ଗ ଗଠନର ମୂଳ ଉଦେଶ୍ୟ ଥିଲା ସନାତନ ହିନ୍ଦୁ ଧର୍ମ ରକ୍ଷା | ଗ୍ରାମବାସୀଙ୍କୁ ଏବଂ ଆଗାମୀ ଯୁବପିଢ଼ିଙ୍କୁ ସତସଙ୍ଗ ମାଧ୍ୟମରେ ଧର୍ମ ରକ୍ଷା,ସତଶିକ୍ଷା ପ୍ରଦାନ ଏବଂ ଉଜ୍ବଳ ଭବିଷ୍ୟତ ଉଦେଶ୍ୟରେ ନବାହ୍ନ ପରାୟଣ ଏବଂ ପ୍ରବଚନ ଅନୁଷ୍ଠିତ ହୁଏ |ଏହି ପ୍ରବଚନକୁ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ସାଧୁ, ସନ୍ଥ, ମହାରାଜ ଓ ପ୍ରବଚକ ମାନେ ଆସି ନିଜ ପ୍ରବଚନ ମାଧ୍ୟମରେ ସତ ଶିକ୍ଷା ପ୍ରଦାନ କରିଥାନ୍ତି ଯାହାକି ଗ୍ରାମବାସୀ ମାନଙ୍କ ସାଂସାରିକ ଏବଂ ଦୈନନ୍ଦିନ ଜୀବନରେ ସହାୟକ ହୋଇଥାଏ |ସାକେତ ସତସଙ୍ଗ ସାଂସ୍କୃତିକ ପରିଷଦ ପ୍ରତିଷ୍ଠା ପରେ ଦୀର୍ଘ ୪୩ ବର୍ଷ ଧରି ନିଜ ଚାକିରୀରୁ ୯ ଦିନ ପାଇଁ ଛୁଟି ଆଣି ନିଜେ ଉପସ୍ଥିତ ରହି ସତସଙ୍ଗକୁ ଗ୍ରାମବାସୀ ମାନଙ୍କ ସହଯୋଗରେ ନିଜେ ପରିଚାଳନା କରୁଥିଲେ |ଏଭଳି ମହତ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱକୁ ହରାଇ ବରପୁଟ ଗ୍ରାମବାସୀ ବହୁତ ମର୍ମାହତ ଏବଂ ଦୁଃଖିତ ହୋଇଛନ୍ତି |
Related Stories
November 23, 2024