ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୨୧,୩୯୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯୩,୦୯୯ ହୋଇଛି ।
ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ ୧,୬୯୫ କରୋନାର ନୂଆ ମାମଲା
ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ ୧,୬୯୫ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୨୪୨ହୋଇ ଯାଇଛି ।
ପଂଜାବରେ ଗତ ୨୪ ଘଂଟାରେ ୬,୪୮୧ କରୋନାର ନୂଆ ମାମଲା
ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୬,୪୮୧ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୭୨୧ ହୋଇଛି ।
ଆସାମରେ କରୋନାର ୩୨୭୪ ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୩୨୭୪ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୭୯୨ ହୋଇଛି । ରାଜ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।