ଭଂଜନଗର – ମୁଖ୍ୟ ରାସ୍ତା ଅବରୋଧ କଲେ କିମ୍ବା ବେଆଇନ ପର୍କିଙ୍ଗ କଲେ ପ୍ରତି ଘଂଟାରେ 500 ଟଙ୍କା ଜୋରିମାନା ଗଣିବାକୁ ପଡିବ | ଭଂଜନଗର ସହରର ମୁଖ୍ୟ ବଜାରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ଏହାକୁ ଉପଖଣ୍ଡ ପ୍ରଶାସନ ଗୁରୁତ୍ୱ ସହ ନେଇଛି | ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ବୈଠକ ରେ ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ପ୍ରସଙ୍ଗ ରହିଥିଲା | ବୈଠକରେ ସହରର ସମସ୍ତ ବ୍ୟବସାୟିକ ସଂଘ, ବ୍ୟାଙ୍କକର୍ସା , ଅଟୋ ରିକ୍ସଲ ସଂଘ, ବସ ମାଲିକ ସଂଘ, ଉପସ୍ଥିତ ଥିଲେ | ମୁଖ୍ୟ ରାସ୍ତା ରେ ଥିବା ବ୍ୟାଙ୍କ , ସୁନା ଦୋକାନ, ଏବଂ ଅନ୍ୟ ବଡ ବ୍ୟାବସାୟୀ ଦୋକନ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ନିଜ କର୍ମଚାରି ନିୟୋଜନ କରିବେ | ବିଭିନ୍ନ ଯାନବାହାନା ପାର୍କିଙ୍ଗ ନିମନ୍ତେ ପ୍ରଶାସନ ତରଫରୁ ଜାଗା ଚି଼ହ୍ନଟ କରାଯିବ | ଏଥିନିମନ୍ତେ ପ୍ରଥମେ ପ୍ରଚାର ପ୍ରସାର ଏବଂ ଆସନ୍ତା ନଭେମ୍ବର 15 ତାରିଖରୁ ନିୟମକୁ କଡାକଡି କରାଯିବ |
ବୈଠକରେ ” ନ ହେଲମେଟ ନ ପେଟ୍ରୋଲ ” ମଧ୍ୟ ଗୁରୁତ୍ୱ ସହ ନିଆଯାଇଛି | କୌଣସି ପେଟ୍ରୋଲ ପମ୍ପ ବିନା ହେଲମେଟ ରେ ପେଟ୍ରୋଲ ନ ଦେବା ପାଇଁ ଉପଜିଲ୍ଲାପାଳ ଟାଙ୍କି ମାଲିକ ମାନଙ୍କୁ ତାଗିଦ କରିଛନ୍ତି | ଏହା ଛଡା ରୋଡ ରୋମିଓ, ମଦ୍ୟ ପାନୀୟ ପିଇ ଗାଡି ଚଲଉଥିବା ବ୍ୟକ୍ତି କୁ ଧରି ତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି | ବିଭିନ୍ନ ଅଟୋ ରିକ୍ସl , ଟ୍ରକ, ଟ୍ରାକଟର, ଇତ୍ୟାଦି ମାନଙ୍କରେ ଯଦି କ୍ଷମତା ଠାରୁ ଅଧିକା ପରିବହନ ହୁଏ ତେବେ ପରିବହନ ବିଭାଗ ତରଫରୁ ଜୋରିମାନା ଆଦାୟ ସହ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ | ମୁଖ୍ୟ ରାସ୍ତାରେ ବେଆଇନ ଭାବେ ନିର୍ମାଣ ହେଇଥିବା ହମ୍ପସ କୁ ଉଛେଦ କରାଯିବ | ଭାଙ୍ଗି ଯାଇଥିବା ରାସ୍ତାର ମରାମତି ଏବଂ ରକ୍ଷଣା ବେକ୍ଷଣ ତୁରନ୍ତ କରିବାକୁ ଜାତୀୟ ରାଜପଥ ଅଧକାରୀଙ୍କୁ ନିର୍ଦେଶ ଦିଆଯାଇଛି | ପରିବହନ ଅଧିକରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ପାଞ୍ଚ ଗୋଟେ ପ୍ରଦୂଷଣ ପରୀକ୍ଷା ସେଣ୍ଟର କାର୍ଯ୍ୟକରୁଅଛି ଏବଂ ଆଗକୁ ଏହାର ସଂଖ୍ୟା ବୃଦ୍ଧି କରାଯିବ , ଏଥିନିମନ୍ତେ ଜନସାଧାରଣ ବ୍ୟସ୍ତ ବିବ୍ରତ ନୋହେଇ ଅନ୍ୟ ସମସ୍ତ କାଗଜ ପତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ | ଭଞ୍ଜନଗର ସହରରେ ଅପରାଧିକ କାର୍ଯ୍ୟକଳାପ କୁ ପୂର୍ଣ୍ଣଛେଦ ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଛି | ଗତ 28 ତାରିଖରୁ ଚାଲୁଥିବା ଦୁର୍ନୀତି ନିବାରଣ ସଚେତନତl ସପ୍ତାହ ର ଅନ୍ତିମ ଦିନରେ ଉପସ୍ଥିତ ଥିବା ସମସ୍ତେ ଦୁର୍ନୀତି ନିବାରଣ ସଚେତନତl ସପ୍ତାହ ଉପଲକ୍ଷେ ଶପଥ ପାଠ କରିଥିଲେ ଏବଂ ଭାରତକୁ ଏକ ଦୁର୍ନୀତି ମୁକ୍ତ ଦେଶ ଗଠନ ନିମନ୍ତେ ସଂକଳ୍ପ କରିଥିଲେ | ଭଂଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଦିନମଣି ନାୟକ, ଉପଖଣ୍ଡ ଆରକ୍ଷ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ସମେତ ଆର ଏଣ୍ଡ ବି, ଆର. ଡି ଅଧିକାରୀ . ମେଡିକାଲ କର୍ତ୍ତୃପକ୍ଷ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଭିନ୍ନ ପେଟ୍ରୋଲ ପମ୍ପ ମାଲିକ ଇତ୍ୟାଦି ମାନେ ଉପସ୍ଥିତ ଥିଲେ |