ସାଲେପୁର, ରାଜ୍ୟ ସରକାର ପଂଚାୟତ ନିର୍ବାଚନ ପୂର୍ବରୁ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମ ଘର ମରାମତି ପାଇଁ ବିଜୁ ପକ୍କାଘର ଯୋଜନାରେ ତିନି ହଜାର ଟଙ୍କା ପ୍ରଦାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଥିଲା ବେଳେ କେତେକ ପଂଚାୟତରେ ବିଜୁ ପକ୍କାଘର ନିର୍ମାଣ କରିଥିବା ହିତାଧିକାରୀଙ୍କ ଗୃହରେ ମୋ ସରକାର, ନବୀନ ସରକାର ପୋଷ୍ଟର ଲଗାଯାଇ ହିତାଧିକାରୀମାନଙ୍କ ଠାରୁ ଦୁଇ ଶହ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଏକ ଭିଡିଓ ଭାଇରାଲ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ହିତାଧିକାରୀଙ୍କୁ ତିନି ହଜାର ଟଙ୍କା ଦେବା ନିମନ୍ତେ ଶହେରୁ ଦୁଇ ଶହ ଟଙ୍କା ଆଦାୟ ହେଉଛି । ଏପରିକି କେତେକ ପଂଚାୟତରେ ଏହି ଅର୍ଥ ହିତାଧିକାରୀମାନେ ପାଇନଥିବା ଅଭିଯୋଗ ହେଉଛି । ସାଧାରଣରେ ଚର୍ଚ୍ଚା ହେଉଛି ଯେ, ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ଇନ୍ଦିରା ଆବାସ ଏବଂ ପ୍ରଧାନମନ୍ତ୍ରୀ ଆବାସ ଗୃହ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ବିଜୁ ପକ୍କାଘର ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀମାନଙ୍କୁ ତିନି ହଜାର ଟଙ୍କା ଲେଖାଏଁ ମରାମତି ବାବଦରେ ଅର୍ଥ ପ୍ରଦାନ କରିବା କାହା ସ୍ୱାର୍ଥରେ । ବିଜ୍ଜୁ ପକ୍କାଘର ଯୋଜନାରେ କ’ଣ ନିମ୍ନମାନର ଗୃହ କାର୍ଯ୍ୟ ହୋଇଛି କି, ସେଥିପାଇଁ ରାଜ୍ୟ ସରକାର ତିନି ହଜାର ଟଙ୍କା ଅତି ନିମ୍ନମାନର ରାଶି ପ୍ରଦାନ କରୁଛନ୍ତି । ଯାହା କେବଳ ହିତାଧିକାରୀମାନଙ୍କ ଘର ଖର୍ଚ୍ଚ ହେବ । ଏଣୁ ନବୀନ ସରକାରଙ୍କ ପଂଚାୟତ ନିର୍ବାଚନ ପୂର୍ବରୁ ଘର ମରାମତି ନାମରେ ଅର୍ଥ ପ୍ରଦାନ ଭେଳିକି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।