ମାଲକାନଗିରି, ଆଜି ସ୍ଥାନୀୟ କାଲିମେଳା ସଦର ମହକୁମାର ପଡିଆ ଛକ ନିକଟସ୍ଥ ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଭୈରବି ଯୁବକ ସଂଘ ପରିସରରେ ମାଲକାନଗିରି ଜିଲ୍ଲାର ଘରୋଇ ବସ ମାଲିକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଗତ ଡିସେମ୍ବର ୫ ତାରିଖରେ ପୂର୍ବତନ ମାଲିକ ସଂଘର କର୍ମକର୍ତ୍ତାଙ୍କୁ ରଦ୍ଦ କରାଯାଇ ଏକ ଅସ୍ଥାୟୀ କମିଟି କରି ଜିଲ୍ଲାର ସଂଘକୁ ଚଲାଉଥିବା ବେଳେ ପୁଣି ନୂତନ ଭାବେ ଏକ ସ୍ଥାୟୀ କମିଟି ଗଠନ କରିବା । ଏହି ମହତ୍ ଉଦ୍ୟଶରେ ଜିଲ୍ଲାର ସମସ୍ତ ବସ୍ ମାଲିକ ଉପସ୍ଥିତ ରହିଥିଲେ ଓ ପରସ୍ପର ଭିତରେ ଏକ ଆଲୋଚନା ପରେ ବସ୍ ମାଲିକ ସଂଘର ବସ୍ ମାଲିକଙ୍କ ମଧ୍ୟରୁ ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ଅବସରରେ କାଲିମେଳା ସଦରର ଆର. କେ. ଟ୍ରାଭେଲ୍ସର ରାଜେଶ୍ଵରୀ ବସ୍ ମାଲିକ ଶ୍ରୀମତି ରାଜେଶ୍ଵରୀ ପ୍ରଧାନଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଦୁଇ ଜଣ ଉପସଭାପତି ସୁନୀତା ବସ୍ ମାଲିକ ସପନ ଦତ୍ତ ଓ ଦିଲିପ କୁମାର ହାଣ୍ଡିଆ ଓ ସାଧାରଣ ସମ୍ପାଦକ ଭାବେ ଆର.କେ. ଟ୍ରାଭେଲ୍ସର କାମେଶ୍ବରୀ ବସର ମାଲିକ ଇ. ଭେଙ୍କେଟ ରାଓ ଯୁଗ୍ମ ସମ୍ପାଦକ ଭାବେ ପଙ୍କଜ ପାଲ ଓ କାର୍ଯ୍ୟକାରୀ ସଭାପତି ଭାବେ ମୁନା ବସ ର ମାଲିକ ପ୍ରଦୀପ ବରାଳ ଓ କୋଷାଧ୍ୟକ୍ଷ ଭାବେ ହାଇଦ୍ରାବାଦ କେଭିଆର ସଙ୍ଗୀତ ଟ୍ରାଭେଲ୍ସର ମାଲିକ ରାଜେଶ କୁମାର ରାଉତ, ଲିଗାଲ ଆଡଭାଜର ଭାବେ ଶ୍ରୀ ଦୁର୍ଗା ପ୍ରାସଦ ତ୍ରିପାଠୀ, ମୂଖ୍ୟ ଉପଦେଷ୍ଟା ଭାବେ ବାଙ୍କେଶ୍ଵରୀ ବସ୍ ମାଲିକ ସି.ଏଚ. ସୁବାରାଓ ଓ ଉପଦେଷ୍ଟା ଭାବେ ଜୁଲି ବସ ମାଲିକ ଅଭିରାମ ସ୍ବାଇଁ, ଆନନ୍ଦ ଵାଲା ସି.ଏଚ. ରାଜେଶ ପାତ୍ରଙ୍କୁ ଚୟନ କରାଯାଇଥିବା ବେଳେ ସୁନିଲ ଦତ୍ତ, ବ୍ରଜବନ୍ଧୁ ଦାସ, କେଦାର ଦାସ, ଅରୁଣ ନାଥ, ଅଜୟ କୁମାର ସ୍ବାଇଁ ଓ ସେମ କୁମାର ପ୍ରମୁଖଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଚୟନ କରାଯାଇ ଏକ ନୂତନ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଗଠନ କରାଯିବା ସହ କିପରି ଆଗାମୀ ଭବିଷ୍ୟତରେ ବସ୍ ଗୁଡିକ ଓ ବସର କର୍ମକର୍ତ୍ତା ତଥା ଡ୍ରାଇଭର, ହେଲପର, କଣ୍ଡକ୍ଟରଙ୍କ ଭଲ ମନ୍ଦ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ଏହାର ଏକାକିତ ନକଲ ଜିଲ୍ଲାପାଳ ମାଲକାନଗିରି ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦିଆଯିବ ନେଇ ନିଷ୍ପତ୍ତି ନିଆଯାଇଥିଲା ।
ଏହି ବୈଠକରେ ଜିଲ୍ଲାର ସମସ୍ତ ମାଲିକଙ୍କ ସମେତ ଛବି ଦାସ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।