-
ବିପୁଳ ମାଓ ସାମଗ୍ରୀ ଜବତ
ନୂଆପଡ଼ା, ନୂଆପଡା ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଥିଲେ ଯେ, ଯବାନ ମାନେ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ମାଓବାଦୀ ଏବଂ ଏସଓଜି, ଡିଭିଏଫ ଏବଂ ସିଆରପିଏଫ ଯବାନଙ୍କ ମିଳିତ କୁମ୍ବିଂ ବେଳେ ମାଓବାଦୀ – ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ ଗୁଳିଚଳନା ହୋଇଥିଲା । ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ । ପୁଣି ରି-କୁମ୍ବିଂ କରିଥିବା ବେଳେ ଗତ ୧୦ ତାରିଖ ଦିନ ଏକ ମାଓ କ୍ୟାମ୍ପ ଠାବ କରିଥିଲେ । କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଅଛି। ଗୁଳିବିନିମୟ ମଧ୍ୟରେ ୩/୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବା ଅନୁମାନ କରାଯାଉଛି । ଗୁଳିଚଳନା କରି ମାଓବାଦୀମାନେ ମୃତ ଶରୀରକୁ ଜଙ୍ଗଲ ଭିତରକୁ ନେଇଯାଇଥିବା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହି ସମ୍ମିଳନୀରେ ୨୧୬ ସିଆରପିଏଫ ବେଟାଲିୟନ କମଣ୍ଡେଣ୍ଟ ରାଜେଶ ଭତ୍ସ, ଦ୍ୱିତୀୟ କମଣ୍ଡେଡେଣ୍ଟ ଧିରଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।