ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଏଲଗଲ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ୫ କି.ମି. ରାସ୍ତା ଖଟିଆରେ ବୋହି ଚିକିତ୍ସା ନିମନ୍ତେ ପାତ୍ରପୁର ଡ଼ାକ୍ତରଖାନାକୁ ଅଣାଯାଇଛି । ଏହି ଗ୍ରାମକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ଆଣିବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ । ଦୀର୍ଘ ଦିନ ଧରି ଅଂଚଳବାସୀ ଏ ଧରଣର ଅସୁବିଧାରେ ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।