ଭୁବନେଶ୍ୱର – ଶନିବାର ପୂର୍ବାହ୍ନ ୧୧.୧୫ ସମୟରେ ବରିÂ ସାମ୍ବାଦିକ ତଥା ବୁଦ୍ଧିଜୀବୀ ଜାନକୀଶ ବଡପଣ୍ଡାଙ୍କ ମାତା ଆଶାଲତା ବଡପଣ୍ଡାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା । ଶ୍ରୀମତୀ ବଡପଣ୍ଡା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ଜନ୍ମସ୍ଥାନ ନୟାଗଡ଼ର ବଡପଣ୍ଡୁସର ଓ ଶାଶୁଘର ଶରଣକୁଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସର୍ବକନିÂ ପୁତ୍ର ଦୀନବନ୍ଧୁ ଓ ପୁତ୍ରବଧୂ ପୂଜା ଉପସ୍ଥିତ ଥିଲେ । ସେ ବିଶିଷ୍ଟ ପ୍ରାଣୀଧନ ଚିକିତ୍ସକ ସ୍ୱର୍ଗତ ଲିଙ୍ଗରାଜ ବଡପଣ୍ଡାଙ୍କ ସହଧର୍ମିଣୀ । ତାଙ୍କର ୫ ପୁଅ ଡାକ୍ତର ମହେଶ୍ୱର ଦାଶ, ଜାନକୀଶ, ଡାକ୍ତର ଈଶ୍ୱରୀ ପ୍ରସାଦ, ଗୋପବନ୍ଧୁ ଓ ଦୀନବନ୍ଧୁ ଛାଡି ଯାଇଛନ୍ତି ।
ଅପରାହ୍ନ ୪ଟାରେ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । କନିÂପୁତ୍ର ଦୀନବନ୍ଧୁ ମୁଖାଗ୍ନି ଦେଇଥିଲେ ।