
ଆର.ଉଦୟଗିରି, ଆଜି ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୋହନା ବ୍ଲକ ଗସ୍ତରେ ଆସି ମୋହନା ବ୍ଲକର କାଳିଆପଟା ଠାରେ ଥିବା କୋଭିଡ଼ ଡାକ୍ତରଖାନା ପରିଦର୍ଶନ କରି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ବର୍ତମାନ ଏହି ଅଂଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବ୍ୟକ୍ତ କରି ଯଥାଶୀଘ୍ର ସମସ୍ତ ବ୍ୟବସ୍ଥା କରି ରୋଗୀଙ୍କୁ ସମସ୍ତ ସେବା ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ ।
ଜିଲାପାଳଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ, ମୋହନା ବିଡିଓ ସୁଶ୍ରୀ ତପସ୍ୱିନୀ ହାଂସଦା, ସହକାରୀ ଯନ୍ତୀ ଇଂ. ଜଗବନ୍ଧୁ ଆଚାର୍ଯ୍ୟ, ଡାକ୍ତରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।