-
ଜ୍ୟେଷ୍ଠଭ୍ରାତା ପ୍ରତି କନିଷ୍ଠ ଭ୍ରାତାର ପ୍ରେମ ଓ ସଂମ୍ମାନ ଉପସ୍ଥାପନା,
ଶାରଦା ଦେବୀ ରୋଡ଼ ନିକଟସ୍ଥ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଷଷ୍ଠ ଦିବସ ଅବସରରେ ତେଲେଙ୍ଗାନା ରାଜ୍ୟର ନିଜାମବାଦର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା,ଶରତ ସାରଡ଼ା ରାମାୟଣ ପାଠ କରିବା ସହିତ ଅଯୋଧ୍ୟା କାଣ୍ଡ ଏବଂ ଅରଣ୍ୟ କାଣ୍ଡ ବ୍ୟାଖ୍ୟା କରିଥିଲେ | ବ୍ୟାସ ଶ୍ରୀ ସାରଡ଼ା ବନ୍ଧୁ ବୁଝାଇ ଥିଲେ ଯେ ଆଜିର ସମୟରେ ଭାଇ ଭାଇକୁ ପଚାରୁ ନାହଁ ଵା ଭାଇ ପ୍ରତି ଭାଇର ଶ୍ରଦ୍ଧା ନାହିଁ ହେଲେ ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କ ପାଇଁ ସେ ନିଜେ ରାଜ ସିଂହାସନକୁ ପରିତ୍ୟାଗ କରି ଶ୍ରୀରାମଙ୍କ ପାଦୁକା ପୂଜା କରିଥିଲେ |ବ୍ୟାସଜୀ କହିଥିଲେ ଯଦି ଆମେ ଲୋଭ, ମାୟା, ମୋହ, କ୍ରୋଧ ତ୍ୟାଗ କରିପାରିବା ତାହାଲେ ସଂସାରରେ ଆମକୁ ଶ୍ରେଷ୍ଠ ସଂମ୍ମାନ ମିଳିପାରିବ |
(ଅଯୋଧ୍ୟା କାଣ୍ଡ ଏବଂ ଅରଣ୍ୟ କାଣ୍ଡ )ର
-ସୀତାଜୀଙ୍କ ସ୍ବପ୍ନ, ଭରତ ଜୀଙ୍କ ଆଗମନର ସୂଚନା, ରାମଜୀଙ୍କ ଶୋକ, ଲକ୍ଷ୍ମଣ ଙ୍କ କ୍ରୋଧ,
-ଶ୍ରୀରାମଜୀଙ୍କ ଲକ୍ଷ୍ମଣଙ୍କୁ ବୁଝାଇଲେ ଏବଂ ଭାରତ ଜୀଙ୍କ ମହିମା କହିଲେ ,
-ଭାରତ ଜୀଙ୍କ ମନ୍ଦାକିନୀ ସ୍ନାନ, ଚିତ୍ରକୂଟରେ ପହଞ୍ଚିବା, ଭରତଙ୍କ ସହିତ ପରସ୍ପରଙ୍କ ମିଳନ, ପିତାଜୀ ଙ୍କ ଶୋକ ଏବଂ ଶ୍ରାଦ୍ଧ,
-କୈକେଇ ଙ୍କ ପଶ୍ଚାତାପ,
-ଶ୍ରୀବଶିଷ୍ଠ ଜୀଙ୍କ ଭାଷଣ,
-କୌଶଲ୍ୟା ସୁନୟନା ସମ୍ବାଦ, ଶ୍ରୀ ସୀତାଜୀ ଙ୍କ ଶୀଳ,
-ଜନକ -ସୁନୟନା ସମ୍ବାଦ, ଭାରତ ଜୀଙ୍କ ମହିମା,
-ଜନକ -ବଶିଷ୍ଠଙ୍କ ସମ୍ବାଦ, ଇନ୍ଦ୍ରଙ୍କ ଚିନ୍ତା, ସରସ୍ବତୀ ଙ୍କ ଇନ୍ଦ୍ରଙ୍କୁ ବୁଝାଇବା,
-ଶ୍ରୀରାମ -ଭରତ ସମ୍ବାଦ,
-ଭରତ ଜୀଙ୍କ ତୀର୍ଥଜଳ ସ୍ଥାପନ ତଥା ଚିତ୍ରକୂଟ ଭ୍ରମଣ,
-ଶ୍ରୀରାମ -ଭରତ ସମ୍ବାଦ, ପାଦୁକା ପ୍ରଦାନ, ଭରତ ଜୀଙ୍କ ବିଦାୟୀ,
ଅରଣ୍ୟ କାଣ୍ଡ :-
-ଅରଣ୍ୟ କାଣ୍ଡ ମଙ୍ଗଳା ଚରଣ,
-ଜୟନ୍ତକୀ କୁଟିଳତା ଓ ଫଳ ପ୍ରାପ୍ତି,
-ଅତ୍ରି ମିଳନ ଏବଂ ସ୍ତୁତି,
-ଶ୍ରୀସୀତା -ଆନୁସୟା ମିଳନ ଏବଂ ଶ୍ରୀସୀତାଜୀ ଙ୍କୁ ଆନୁସୟା ଜୀଙ୍କ ପତିବ୍ରତ ଧର୍ମ କହିବା,
-ବିରାଧ୍ୟ ବଦ୍ଧ ଏବଂ ଶରଭଗ ପ୍ରସଙ୍ଗ ବୁଝାଇ ଥିଲେ |
ଏଥି ସହିତ ମହୋତ୍ସବର ମୁଖ୍ୟ ମାର୍ଗଦର୍ଶକ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଏବଂ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସଭାପତିତ୍ବ କରିଥିଲେ |
ଟ୍ରଷ୍ଟର ସଂଯୋଜକ ରଞ୍ଜିତା ପାଢ଼ୀଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ କୁ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ମହୋତ୍ସବ ପରିଚାଳନା କରିଥିଲେ ।ଏଥି ସହିତ ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ଆସନ୍ତା କାଲି ବୁଧବାର ଦିନ ଉତ୍କଳ ପୀଠାଧିଶ୍ୱର ଜଗତଗୁରୁ ଶ୍ରୀ ରମାନନ୍ଦାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦାଚାର୍ଯ୍ୟ ଜୀ ମହାରାଜ ମହୋତ୍ସବରେ ଯୋଗ ଦେବାର ସୂଚନା ପ୍ରଦାନ କରିଥିଲେ |