ରାଂଚି, ଝାରଖଣ୍ଡରେ କରୋନାର ୪,୭୧୯ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୦୪୨ ହୋଇଛି ।
ଆସାମରେ କରୋନାର ୨,୮୩୭ ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୨,୮୩୭ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୨୫୩. ହୋଇଛି । ରାଜ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୧୫,୩୭୯ କରୋନାର ନୂଆ ମାମଲା
ଚେନ୍ନାଇ , ତାମିଲନାଡୁରେ ଗତ ୨୪ ଘଂଟାରେ ୧୫,୩୭୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୫,୦୮୩ ହୋଇଛି ।