ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ । ରାଜ୍ୟ ସରକାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ ନକଲେ ବିଧାନସଭାକୁ ଅଚଳ କରାଯିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।
ଏହାସହ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ କେନ୍ଦ୍ର ଗୃହ ମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ସମ୍ପୃକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିବ ବୋଲି ଶ୍ରୀ ନାଏକ କହିଛନ୍ତି ।
ସେ କହିଛନ୍ତି ଯେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ୧୬ଦିନ ବିତିଯାଇଛି । ତଥାପି ତାଙ୍କ ମୃତ୍ୟୁ ପଛର ରହସ୍ୟ ଏଯାଏଁ ସାମ୍ନାକୁ ଆସିପାରି ନାହିଁ । ଏହି ଘଟଣାକୁ ଗୁରୁତ୍ୱର ସହ ନେଉ ନଥିବା ମହିଳା କମିଶନ ଅଧ୍ୟକ୍ଷା ଓ ଯାଜପୁର ଏସପିଙ୍କ ବହିଷ୍କାର ଦାବୀ କରିଛି ବିଜେପି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏଥିରେ କାହାର ହାତ ରହିଛି ସିବିଆଇ ତଦନ୍ତ କରାଯାଉ । ମୃତ ସ୍ମିତାରାଣୀଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବିଜେପି ଦାବି କରିଛି ।