ନୂଆଦିଲ୍ଲୀ, ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସରେ ଏକ ଟ୍ୱିଟ୍ କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି ଯେ, ଏହି ଦିବସକୁ ରାଷ୍ଟ୍ରୀୟ ଯୁବା ଦିବସ ରୂପେ ପାଳନ କରାଯାଉଛି । ଯୁବ ସମାଜ ସ୍ୱାମିଜୀଙ୍କ ବାଗ୍ମୀୟତାର ଅଧ୍ୟୟନ କରୁ । ଜୀବନରେ ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ । ରାଷ୍ଟ୍ରୀୟ ଜୀବନରେ ନିଜକୁ ସାର୍ଥକ ବନାନ୍ତୁ । ଆହୁରି ମଧ୍ୟ ଶ୍ରୀ ନାଇଡ଼ୁ କହିଛନ୍ତି ଯେ, ପୂର୍ଣ୍ଣ ରୂପରେ ନିସ୍ୱାର୍ଥପର ବ୍ୟକ୍ତି ହିଁ ସବୁଠୁ ସଫଳ ବ୍ୟକ୍ତି ହୋଇଥାଏ । ଭାରତର ସନାତନ ଆଧ୍ୟାତ୍ମିକ ପରମ୍ପରାର ନବ ପ୍ରବର୍ତକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରର ଏହି କ୍ରାନ୍ତୀକାରୀ ଆଧ୍ୟାତ୍ମିକ ଗୁରୁଙ୍କୁ ମୋର ସାଦର ପ୍ରଣାମ ।