ଭୁବନେଶ୍ୱର,ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲ୍ ରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କିଡନୀ ସଂକ୍ରମଣ ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ମିହିର ଦାସ ୧୯୫୯ ଫେବ୍ରୁଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍’, ‘ଗୁଣ୍ଡା’, ‘ମାଇଁ ଲଭ୍ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍’ ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।