କନ୍ଧମାଳ, ଫୁଲବାଣୀ ମୁଖ୍ୟ ଡାକ୍ତରଖାନା ଛକ ଗୋବିନ୍ଦ ହୋଟେଲରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ସମ୍ପର୍କରେ ଚାଇଲ୍ଡଲାଇନ୍ ୧୦୯୮ ଜରିଆରେ ସୂଚନା ପାଇ ଜିିଲ୍ଲା ଶ୍ରମ ଅଧିକାରୀଙ୍କୁ ସୂଚନା ପ୍ରେରଣ କରିଥିଲା । ଏହାପରେ ଜିିଲ୍ଲା ଉପ ଶ୍ରମଅଧିକାରୀ ଶ୍ରୀମତୀ ଶୁଭଦର୍ଶନୀ ନାୟକଙ୍କ ନେତୃତ୍ବରେ ଉପ ଶ୍ରମ ନିରୀକ୍ଷକ କେଶବ ବେହେରା ଓ ଚାଇଲ୍ଡଲାଇନ୍ ର ୨ଜଣିଆ ଟିମ୍ କେନ୍ଦ୍ର ସଂଯୋଜିକା ରଞ୍ଜିତା କାମ୍ପ ଓ ଚିିକୁନ କୁମାର ପ୍ରଧାନ ପ୍ରମୁଖ ମିଳିତ ଭାବେ ନିୟୋଜିତ ୨ଶିଶୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ୨ ଶିଶୁଙ୍କୁ କାଉନସେଲିଂ କରାଯାଇଥିଲା ଓ ସୂଚନା ମିଳିଥିଲା ଯେ, ୨ଶିଶୁଙ୍କ ମଧ୍ୟରୁ ଜଣକର ଘର ବୌଦ୍ଧ ଜିଲ୍ଲା ଓ ଅନ୍ୟ ଶିଶୁ ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର । ଉଭୟଙ୍କ ବୟସ ୧୬ ଓ ମାଟ୍ରିକ ପଢିଛନ୍ତି । ଶିଶୁ ଦ୍ବୟ ଗତ ଏକ ମାସ ହେବ ଉକ୍ତ ହୋଟେଲରେ ନିୟୋଜିତ ହୋଇଥିଲେ । ଉଦ୍ଧାର ପରେ ଦୁଇ ଶିଶୁଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଓ ଶ୍ରମଅଧିକାରୀଙ୍କ ଜରୀଆରେ ଅଧ୍ୟକ୍ଷ ଜିିଲ୍ଲା ଶିଶୁମଙ୍ଗଳ କମିଟିରେ ହାଜର କରାଯାଇ ଶିଶୁମଙ୍ଗଳ କମିଟିର ଆଦେଶ ଅନୁସାରେ କେନ୍ଦୁପଦରସ୍ଥିତ ଗୋପବନ୍ଧୁ ବାଳାଶ୍ରମରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି ।