-
ଗଞ୍ଜାମ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ
ଗଞ୍ଜାମ, ରାଜ୍ୟରେ ପଂଚାୟତ ନିର୍ବାଚନ ନେଇ ବାଜିଲା ବିଗୁଲ୍ । ରାଜ୍ୟ ନିର୍ବାଚନ କମିଶନର ଏ ସମ୍ପର୍କରେ ଆଜି ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ୫ଟି ପର୍ଯ୍ୟାୟରେ ଏହି ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୧୬,୧୮,୨୦,୨୨,୨୪ ରେ ଭୋଟ ଗ୍ରହଣ କରାଯିବ । ସକାଳ ୭ ଠାରୁ ଦିନ ୧ ଟା ପର୍ଯ୍ୟନ୍ତ ମତଦାନ ଚାଲିବ ।
ତଦନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ତଥା ଫେବ୍ରୁଆରୀ ୧୬ ତାରିଖରେ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଂଜିଳି, କୁକୁଡାଖଣ୍ଡି, ଦିଗପହଣ୍ଡି, ପୋଲସରାରେ ଭୋଟ୍ ଗ୍ରହଣ କରାଯିବ ।ସେହିପରି ଦ୍ୱିତୀୟ ପର୍ଯ୍ୟାୟ ତଥା ଫେବ୍ରୁଆରୀ ୧୮ ତାରିଖରେ ସୋରଡା, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ବୁଗୁଡା, ଚିକିଟିରେ ଭୋଟ୍ ଗ୍ରହଣ କରାଯିବ ।ସେହିପରି ଫେବ୍ରୁଆରୀ ୨୦ ତାରିଖ ତୃତୀୟ ପର୍ଯ୍ୟାୟରେ ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର, ବେଲଗୁଣ୍ଠାରେ ଭୋଟ୍ ଗ୍ରହଣ କରାଯିବ ।ଅନୁରୂପ ଭାବେ ଫେବ୍ରୁଆରୀ ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ପୁରୁଷୋତମପୁର, ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗରରେ ଭୋଟ୍ ଗ୍ରହଣ କରାଯିବ ।ଏହାବ୍ୟତୀତ ଫେବ୍ରୁଆରୀ ୨୪ ତାରିଖ ତଥା ଶେଷ ପର୍ଯ୍ୟାୟରେ ବେଗୁନିଆପଡ଼ା, ଆସିକା, ଭଞ୍ଜନଗରରେ ଭୋଟ୍ ଗ୍ରହଣ କରାଯିବ । ଏହିପରି ୫ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ଫେବ୍ରୁଆରୀ ୨୬,୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ନିର୍ବାଚନରେ ଭାଗ ନେବା ନିମନ୍ତେ ପ୍ରାର୍ଥୀମାନେ ଜାନୁଆରୀ ମାସ ୧୭ ରୁ ୨୧ ତାରିଖ ମଧ୍ୟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ୨୨ ତାରିଖରେ ପ୍ରାର୍ଥୀପତ୍ରଗୁଡିକୁ ଯାଂଚ୍ କରାଯିବ । ୨୫ ତାରିଖରେ ଇଚ୍ଛୁକ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ନିର୍ବାଚନ କମିଶନରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରାର୍ଥୀ ଏବଂ ଦଳ ପକ୍ଷରୁ ନିର୍ଦ୍ଧାରିତ ଆଚରଣ ବିଧି ପାଳନ କରିବାକୁ ଘୋଷଣାରେ ନିର୍ଦ୍ଦେଶ ରହିଛି ।