
ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଂଚ, ୱାର୍ଡ଼ମେମ୍ବର, ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ ସାମିଲ ଅଛନ୍ତି । ମଙ୍ଗଳବାର ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ । ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ମିଶ୍ରଣ ପର୍ବରେ ବିଜେପି ଛତ୍ରପୁର ମଣ୍ଡଳର ପୂର୍ବତନ ସଭାପତି ବ୍ରଜମୋହନ ଆଚାର୍ଯ୍ୟ, ପୂର୍ବତନ ଗଞ୍ଜାମ ଜିଲ୍ଲା ସମ୍ପାଦକ ପି. ଧର୍ମ ରେଡ୍ଡୀ, ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚାର ପୂର୍ବତନ ସାଧାରଣ ସମ୍ପାଦକ କେ. ମଗତା ପାତ୍ର, ପୂର୍ବତନ ବ୍ଲକ ସଭାପତି ତଥା ସରପଂଚ ଆର. ନରହରି ରେଡ୍ଡୀ, ଛତ୍ରପୁର ଜୋନ୍ ୧୯ର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥୀ ଆର୍. ନମିତା ରେଡ୍ଡୀ, କାନାମନା ଗ୍ରାମପଂଚାୟତର ପୂର୍ବତନ ସରପଂଚ ବିଜୟଲକ୍ଷ୍ମୀ ବେହେରା, ଟି. ବାବୁ ରାଓ, ପୂର୍ବତନ ବିଜେପି ମଣ୍ଡଳ ସଭାପତି ବାଦଲ କୁମାର ବେହେରା, କାନାମନାର ଗ୍ରାମପଞ୍ଚାୟତର ୱାର୍ଡ଼ମେମ୍ବର ଜି. ପୁଷ୍ପା ରେଡ୍ଡୀ, କାନାମନାର ଗ୍ରାମପଂଚାୟତର ପୂର୍ବତନ ୱାର୍ଡ଼ମେମ୍ବର ଏନ୍. ଗଣେଶ ରେଡ୍ଡୀ, ବି. ବୈରାଗୀ, ମୁନା ପ୍ରଧାନ, ଭିକାରୀପାଲ୍ଲୀ ଗ୍ରାମପଂଚାୟତର ସନ୍ତୋଷ ରଥ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ମଧ୍ୟ ଉପସ୍ଥିତ ଥିଲେ ।