
-
ଗୋବିନ୍ଦ ଗୋଧାମ ଗୋଶାଳାରେ ଗୋସେଵା କୁ କଲେ ପ୍ରଶଂସା -ମହନ୍ତ ଇନ୍ଦିରାରମଣ ସ୍ୱାମୀଜୀ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଚତୁର୍ଥ ଦିବସରେ ପୁରୀ ଶ୍ରୀଜିୟର ସ୍ୱାମୀ ମଠର ମହନ୍ତ ଅନନ୍ତ ଶ୍ରୀ ବିଭୁଷିତ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଇନ୍ଦିରାରମଣ ରାମାନୁଜାଚାର୍ଯ୍ୟ ସ୍ୱାମୀ ଜୀ ମହାରାଜ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |ଟ୍ରଷ୍ଟ ତରଫରୁ ଶ୍ରୀ ୧୦୦୮ ଶ୍ରୀ ଇନ୍ଦିରାରମଣ ରାମାନୁଜାଚାର୍ଯ୍ୟ ସ୍ୱାମୀ ଜୀଙ୍କୁ ମାଲ୍ୟାର୍ପଣ କରି ବୈଦିକ ବ୍ରାହ୍ମଣ ମାନେ ବେଦ ପାଠ କରି ଗୁରୁ ପୂଜନ କରାଯାଇଥିଲା |
ନିଜ ବକ୍ତବ୍ୟ ରେ କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଅନ୍ୟ ଏକ ରୂପ |ଶ୍ରୀରାମ ଭଳି ମଧ୍ୟ ଦୟାଳୁ ପ୍ରଭୁ ଶ୍ରୀଜଗନ୍ନାଥ |ଏଥି ସହିତ ସେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜଙ୍କୁ ଅନେକ ପ୍ରଶଂସା କରି କହିଥିଲେ ଯେ ପୁରୀରେ ଅନେକ ମଠ, ମନ୍ଦିର ନିର୍ମାଣ ହୋଇଛି ହେଲେ ପଣ୍ଡିତ ବିଷ୍ଣୁଙ୍କ ଭଳି ବୈଦିକ ବ୍ରାହ୍ମଣ ଗୋସେଵା ନିମନ୍ତେ ନିର୍ମାଣ କରିଥିବା ଗୋବିନ୍ଦ ଗୋଧାମ ଗୋଶାଳାରେ ଉଚ୍ଚ ମାନର ଗୋମାତାଙ୍କ ସେବାକୁ ସେ ସ୍ୱାଗତ କରିଥିଲେ |
ଏଥି ସହିତ ମହୋତ୍ସବର ମାର୍ଗଦର୍ଶକ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଓ ତାଙ୍କ ସହଧର୍ମିଣୀ ରାଜଲକ୍ଷ୍ମୀ ପ୍ରତିହାରୀ ଙ୍କୁ ରାଷ୍ଟ୍ରର କୋଣ ଅନୁକୋଣରୁ ମହୋତ୍ସବକୁ ଆସିଥିବା ଶ୍ରଦ୍ଧାଳୁ ମାନେ ସଂମ୍ମାନିତ କରିଥିଲେ |
ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଙ୍କ ସଭାପତିତ୍ବ କରିଥିଲେ |ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା,ଶରତ ସାରଡ଼ା ରାମାୟଣ ପାଠର ଚତୁର୍ଥ ଦିବସରେ କୈବର୍ତ୍ତ ପ୍ରସଙ୍ଗ ଉପସ୍ଥାପନା କରି ଶ୍ରୀରାମ ଙ୍କ ପାଦ ଧୋଇଵା ସୁଯୋଗ କିଭଳି କୈବର୍ତ୍ତ ପ୍ରାପ୍ତି କରିଥିଲେ ତାହା ବର୍ଣ୍ଣନା କରିଥିଲେ |