ଗଞ୍ଜାମ, ଜନୈକା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା କରିବା ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିକାରୀ ଆଙ୍କୁଲିର ସଞ୍ଜୟ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସଞ୍ଜୟ ଡ଼୍ରାଇଭର ଭାବେ କାମ କରନ୍ତି । ସେ ବିବାହ କରିଥିବା ସତ୍ୱେ ଅନ୍ୟ ଜଣେ ମହିଳାଙ୍କ ତାଙ୍କର ସମ୍ପର୍କ ଥିଲା । ବିବାହର ପ୍ରତିଶୃତି ସଞ୍ଜୟ ତାଙ୍କ ସହିତ ସମ୍ପର୍କ ରକ୍ଷା କରି ଆସୁଥିଲେ । କିନ୍ତୁ ପରବର୍ତି ସମୟରେ ସଞ୍ଜୟ ବିବାହ କରିବାକୁ ମନା କରିଦେବାରୁ ଏନେଇ ମହିଳା ଜଣକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦାୟର୍ କରିଥିଲେ । ଏହାକୁ ଭିତି କରି ପୋଲିସ କେସ୍ ନଂ ୧୧/୨୨ ରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।