
ରାଉରକେଲା, ରାଉରକେଲା ଠାରେ କାମ କରୁଥିବା ବି.ଇ.ଓ. ବିଶ୍ରା ଅଫିସକୁ ବିଧାୟକ ଶଙ୍କର ଓରାମ ସରକାରୀ ସ୍ତରରେ ଉଦ୍ୟମ କରି ସେହି ଅଫିସକୁ ବିଶ୍ରା ନେବା ଲାଗି ସରକାରୀ ଚିଠି କରାଇବା ପରେ ଏହି ଅଫିସ ପୂର୍ଣ୍ଣ ଭାବେ ସେଠାରେ କାମ କରିବାକୁ ନେଇ ନାନା ମତ ପ୍ରକାଶ ପାଇଛି, ଏତିକି ବେଳେ ଏହି ଅଫିସ ଉଠାଇବା ଆଗରୁ ରାଉରକେଲା ମହାନଗର ଓ ଆଖପାଖ ଅଂଚଳ ଲାଗି ରାଉରକେଲାରେ ମହାନଗର ଏଜୁକେଶନ ଅଫିସର ପଦ ସୃଷ୍ଟି କରାଯାଇ ତାଙ୍କୁ ନିଯୁକ୍ତି ଦେବା ସହ ସମସ୍ତ ଫାଇଲ ଏଠାରେ ରଖି ଏହି ଠାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଜିବାର ବ୍ୟବସ୍ଥା କରାଯାଉ ବୋଲି ମହାନଗର ଅଂଚଳରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମହଲରେ ଦାବି ଉଠିଛି । ଏଠାରେ କାର୍ଯ୍ୟରତ ବିଭିନ୍ନ ଶିକ୍ଷକ ମାନଙ୍କର ଏନେଇ ମତ ନେବାରୁ ସେମାନେ ନିଜ ନାମ ପ୍ରକାଶ ନକରିବାକୁ ଅନୁରୋଧ କରି ଏହି ମତ ଦେଇଛନ୍ତି । ସେମାନେ କହିଛନ୍ତି, ଆମେ ବିଧାୟକ ଶଙ୍କର ଓରାମଙ୍କ କଥାକୁ ସମ୍ମାନ ଦେଉଛୁ, ବିଶ୍ରାକୁ ଏହି ଅଫିସ ଯାଉ, ବିଇଓ ମଧ୍ୟ ସେଠାରେ ଯାଇ କାମ କରନ୍ତୁ, କିନ୍ତୁ ଏଠାରେ ଏକ ଅଫିସ କରାଯାଇ ସମସ୍ତ କର୍ମଚାରୀଙ୍କୁ ନେଇ ଶିକ୍ଷକ ମାନଙ୍କର ସମସ୍ତ କାମ ଏହିଠାରେ କରାଯାଉ । କାରଣ ସର୍ବାଧିକ ବିଦ୍ୟାଳୟ ମହାନଗର ଅଂଚଳରେ ରହିଛି, ପିଲାଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ୯୦ ପ୍ରତିଶତ ମହିଳା ଶିକ୍ଷକ ଅଛନ୍ତି, ତେଣୁ ବିଶ୍ରାକୁ ଯାଇ ସମସ୍ତ କାମ କରାଇବା ସମ୍ଭବ ନୁହେଁ, ବରଂ ସେଠିକାର ସମସ୍ତ କାମ ସେଠାରେ ହେଉ, ମହାନଗର ଅଂଚଳ ଲାଗି ନୁଆ ବ୍ୟବସ୍ଥା କରାଯାଉ । ଏହି ବ୍ୟବସ୍ଥା ନହେବା ଯାଏ ଏଠାରୁ ଫାଇଲ ପତ୍ର ନଯାଉ ବୋଲି ଦାବି ହୋଇଛି ।
ସେହିଭଳି ରାଉରକେଲାର ଉଦିୟମାନ ଯୁବ ନେତା ତଥା କଂଗ୍ରେସ ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ରଶ୍ମୀ ରଞ୍ଜନ ପାଢୀ କହିଛନ୍ତି ଯେ, ଏହି ମାମଲାରେ ରଘୁନାଥପାଲ୍ଲୀ ଓ ରାଉରକେଲା ବିଧାୟକଙ୍କର ପାରିବା ପଣିଆ ପଦାରେ ପଡିଛି । ଯଦି ଶଙ୍କର ବାବୁ ନିଜ ଅଂଚଳକୁ ସେ ଅଫିସକୁ ଉଠାଇ ନେବାକୁ ସଫଳ ହେଲେ ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ, କାରଣ ସେଠାରେ ମଧ୍ୟ ଅନେକ ବିଦ୍ୟାଳୟ ଓ ଛାତ୍ର ଛାତ୍ରୀ ରହିଛନ୍ତି ସେମାନଙ୍କ କଥା ବୁଝିବାକୁ ଜଣେ ଟାଣୁଆ ଅଧିକାରୀ ମଧ୍ୟ ରହିବା କଥା, ବର୍ତମାନର ବିଇଓ ବିଶ୍ରାରେ ରହି ସେ ସବୁ ଅଂଚଳକୁ ସଜାଡନ୍ତୁ । କିନ୍ତୁ ଏଠିକାର ୨ ବିଧାୟକ କଣ କରୁଥିଲେ ? ତେଣୁ ରାଉରକେଲା ମହାନଗର ଓ ଆଖ ପାଖ ଅଂଚଳ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ରାଉରକେଲା ମହାନଗର ଅଂଚଳର ଶିକ୍ଷକ ମାନେ ଯେଉଁ ଦାବି ରଖିଛନ୍ତି ତାକୁ ସରକାର ବିଚାରକୁ ନିଅନ୍ତୁ । କାରଣ ବିଶ୍ରାରେ ଅଫିସ ରହି ସେଠାରୁ ଆସି ଏ ଅଂଚଳକୁ ଦେଖିବା ସେତେଟା ସମ୍ଭବ ନୁହେଁ । ଏହି ସମସ୍ୟାର ସମାଧାନ କରାଜିବା ଅଗରୁ ଶିକ୍ଷକ ମାନଙ୍କର ଦରାମା ଓ ୧୦୦ ଜଣ ଶିକ୍ଷକ କର୍ମଚାରୀଙ୍କର ଇନକ୍ରିମେଂଟ ତୁରନ୍ତ କରାଜିବାର ଆବଶ୍ୟକତା ରହିଛି, ଏନେଇ ସରକାର ପଦକ୍ଷେପ ନେବାକୁ ଶ୍ରୀ ପାଢୀ ଦାବି କରିଛନ୍ତି । ତେଣୁ, ରାଜ୍ୟ ସରକାର ଏନେଇ ଆଉଥରେ ବିଚାର କରିବା ସହ ସମସ୍ୟାର ସବୁ ଦିଗକୁ ଦେଖି ପଦକ୍ଷେପ ନେବାକୁ ଶିକ୍ଷକ ମହଲରେ ଦାବି ହୋଇଛି ।