ଭୁବନେଶ୍ୱର ,ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍ କରିଛି । ସୋମବାର ଦିନ ଆଉ ୨୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଂଚିଛି । ଏନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଡିସେମ୍ବର ୨୧ରେ ୨ଜଣ, ୨୩ରେ ୨, ୨୬ରେ ୪, ୨୯ରେ ଜଣେ, ୩୦ରେ ୫, ଜାନୁଆରି ୨ରେ ୨୩, ଜାନୁଆରୀ ୫ରେ ୨୪, ଜାନୁଆରୀ ୮ରେ ୧୪ଜଣ ଓ ଜାନୁଆରୀ ୧୦ରେ ୨୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଏଥିରୁ ୫ଜଣ ସୁସ୍ଥ ହୋଇସାରିଲେଣି ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ସୂତ୍ରରୁ ଜାଣିବାକୁ ମିଳିଛି ।