ଭୁବନେଶ୍ୱର , ଓଡ଼ିଶା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ଦିନ ବିଧାନସଭା ଡିସ୍ପେନ୍ସାରୀ ପରିସରରେ ୬୦ ବର୍ଷରୁ ଊର୍ଦ୍ଧ୍ୱତଥା ବହୁମୁଖୀ ରୋଗରେ ପୀଡ଼ିତ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ବୁଷ୍ଟର ଡୋଜ୍ ଟିକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ପ୍ରଥମ ବୁଷ୍ଟର ଡୋଜ୍ ଟିକା ନେଇ ସେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ସରକାରଙ୍କ ଏହି କାର୍ଯ୍ୟକ୍ରମ କୋଭିଡ୍ ତଥା ଓମିକ୍ରନ୍ ରୋକିବାରେ ସଫଳ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ଏବଂ ସମସ୍ତ ହିତାଧିକାରୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ।