ଭୁବନେଶ୍ୱର, ଦେଶର ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ଦଳର ନୁହନ୍ତି, ବରଂ ସମ୍ବିଧାନ ଅନୁଯାୟୀ ଦେଶ ଶାସନ ବ୍ୟବସ୍ଥାର ପ୍ରମୁଖ ଏବଂ ସାମ୍ବିଧାନିକ ଅନୁଷ୍ଠାନ । କିନ୍ତୁ ଗତ ୫ ତାରିଖ ଦିନ ହୀନ ଷଡଯନ୍ତ୍ର ରଚାଯାଇ ଯେଉଁ ଭଳି ଭାବେ ଦେଶର ପ୍ରଧାନମନ୍ତ୍ରୀଙ୍କ କ୍ଷତି ଓ ତୃଟି ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପଂଜାବରେ ଶାସକ କଂଗ୍ରେସ ସରକାର କରିଥିଲେ, ତାହା ଅତ୍ୟନ୍ତ ଘୃଣ୍ୟ ଓ ଅକ୍ଷମଣୀୟ । ପଂଜାବ ରାଜ୍ୟରେ କଂଗ୍ରେସ ଶାସିତ ସରକାରର ଏଭଳି ହୀନ କାର୍ଯ୍ୟ ବିରୋଧରେ ସୋମବାର ବିଜେପି ରାଜ୍ୟ ଅନୁସୁଚିତ ଜାତି ମୋର୍ଚ୍ଚା ତରଫରୁ ଭୁବନେଶ୍ୱରସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଧାରଣା ଦିଆଯାଇଥିଲା ।
ଏହି ଧାରଣରେ ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, ରାଜ୍ୟ ଗଣମାଧ୍ୟ ବିଭାଗ ମୁଖ୍ୟ ଦିଲିପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବସନ୍ତ ନାଏକ, ମନିଜର ଆର୍ଯ୍ୟ, ଚନ୍ଦନ ସ୍ୱରାଜ, ରାଘବ ମଲ୍ଲିକ, ଦାମୋଦର ବେହେରା, ସୁପ୍ରିୟା ଶତପଥି, ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଅନୁସୁଚିତ ଜାତି ମୋର୍ଚ୍ଚା ତରଫରୁ ସମ୍ବିଧାନ ପ୍ରଣୟତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଧାରଣା ପ୍ରଦର୍ଶନ କରି ନୀରବ ପ୍ରତିବାଦ କରାଯାଇଛି ।