ଭୁବନେଶ୍ୱର – ରାଜ୍ୟରେ ୧୪ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ଅଛି । ଏମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ୭ ଜଣ ମହିଳା । ବାଲେଶ୍ୱରରୁ ୪ ଜଣ, ସମ୍ବଲପୁର, ଖୋର୍ଦ୍ଧା, ଓ ଯାଜପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ବୟସ ୧୧ ରୁ ୫୪ ବର୍ଷ ବୟସ ଭିତରେ । ଅଧିକାଂଶ ଲୋକଙ୍କ କଂଟାକ୍ଟ ୍ ଟ୍ରେସିଙ୍ଗ ସରିଛି, ସମସ୍ତଙ୍କ ନେଗେଟିଭ ଆସିଛି ଆଉ କିଛି ଜଣଙ୍କ କଣ୍ଟାକ୍ ଟ୍ରେସିଙ୍ଗରୁ ପଜିଟିଭ ମଧ୍ୟ ଆସିଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଜେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ସେଇଭଳି ମଧ୍ୟ ଆଗକୁ ବାଢ଼ିବ । ଯେପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନ ଆସିଛି, ଆମେ କହି ପରିବା ନାହିଁ ଯେ କେବେ କମିବ । ବର୍ତ୍ତମାନ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର ।
ସେ ଆହୁରି କହିଛନ୍ତି ଯେ ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡୋଜ ବା ପ୍ରୋଟେକଟିବ ଡୋଜ୍ । ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସେହିମାନଙ୍କୁ ଏହି ଡୋଜ୍ ଦିଆଯିବ । ଆଶା କରାଯାଉଛି ଡବଲ ଡୋଜ ପରେ ବୁଷ୍ଟର ଡୋଜ୍ ଫଳପ୍ରଦ ହେବ । ପୂର୍ବ ଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ । ଏହାଛଡ଼ା ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ୱ ଦିଆଯାଉଛି ।