-
ପୁରୀ କୋର୍ଟ ପରିସରରେ କଂଟେନମେଂଟ କଟକଣା ବଳବତର
-
ଜିଲ୍ଲାବାସୀ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇ ସ୍ୱର୍ଗଦ୍ୱାରରେ ଶହଦାହ କରିପାରିବେ
ପୁରୀ – ୧୦ ତାରିଖ ସୋମବାର ଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୩ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପ୍ରଶାସନର ନିଷ୍ପତି ଅନୁଯାୟୀ, ଜାନୁଆରୀ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ନୀତିକାନ୍ତି ସେବାୟତମାନଙ୍କ ଦ୍ୱାରା ବିଧି ମୁତାବକ ଚାଲୁ ରହିବ ।
ସେହିପରି ପୁରୀ ଜିଲ୍ଲା କୋର୍ଟ କାର୍ଯ୍ୟାଳୟରେ ବିଚାରପତି ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ କୋର୍ଟ ପରିସରରେ କଂଟେନମେଂଟ କଟକଣା ବଳବତର ରହିଛି । ଏହି କଟକଣା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ।
ସେହିପରି ସ୍ୱର୍ଗଦ୍ୱାରକୁ ଜିଲ୍ଲା ବାହାର ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ପୁରୀ ଜିଲ୍ଲାବାସୀ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇଲେ ଶହଦାହ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।