ରାଇରଙ୍ଗପୁର – ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏନଏସଏସ ତରଫରୁ ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ସଭାପତିତ୍ୱରେ ଏବଂ କାର୍ଯ୍ୟକ୍ରମ ଅଧିକାରି ବିଜୟ କୁମାର ରାମଙ୍କ ଆବାହକତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷଙ୍କ ଅଫିସ ଠାରୁ କଲେଜ କର୍ମଚାରୀଙ୍କ ସହିତ ସ୍ୱେଚ୍ଛାସେବୀ ଏବଂ ଛାତ୍ରୀମାନଙ୍କ ଏକ ଶୋଭାଯାତ୍ରା ବାହାରି ବିଜ୍ଞାନ ବ୍ଲକ ରେ ପହଂଚିଥିଲା ।
ସଭାକାର୍ଯ୍ୟରେ ରାଇରଙ୍ଗପୁର ଡିଏଫଓ ନଳିନୀକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମନୁଷ୍ୟ ଓ ପରିବେଶ ଉପରେ ଭାବନାତ୍ମକ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଏସଟିଆର ନୋର୍ଥ ଯଦୁମଣି କେରକେଟା, ରେଞ୍ଜ ଅଫିସର ସୀତା ମାଝି, ଅନ୍ତର୍ଯ୍ୟାମି ମହାକୁଡ, ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ, ବନପାଳ ସତ୍ୟବ୍ରତ ପଟ୍ଟନାୟକ ଯୋଗଦେଇ ଶିମିଳିପାଳରେ ନିଆଁର ଆତଙ୍କ ଉପରେ ମତବ୍ୟକ୍ତ କରିଥିଲେ । ଶିମିଳିପାଳ ଅଭୟାରଣ୍ୟର ରକ୍ଷା ନିମନ୍ତେ ସ୍ଲୋଗାନ ଦିଆଯାଇଥିଲା । ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଏନଏସଏସ ଜିଲ୍ଲା ସଂଯୋଜକ ସ୍ମୃତିରଂଜନ ଦାସ, ସୁଭେନ୍ଦୁ ଦାସଙ୍କ ମାର୍ଗଦର୍ଶନରେ ମାସ୍କ ଏବଂ ସାମାଜିକ ଦୁରତ୍ୱ ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପାନିମଣି, ପୁଷ୍ପା, ଆରସୁ, ଯାଶ୍ମି, ଅଞ୍ଜନା, ଦ୍ରୌପଦୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଭାଶେଷରେ ଅଧ୍ୟାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କର ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।