ଖୋର୍ଦ୍ଧା – ଏସିଆର ବୃହତମ ଲୁଣାହ୍ରଦ ଚିଲିକାରେ ପୂର୍ବବର୍ଷ ପରି ଚଳିତ ବର୍ଷ ଅନୁଷ୍ଠାନିକ ଭାବେ ଆଜି ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏ ନେଇ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଥିଲା । ଚିଲିକାରେ ବାଲୁଗାଁ ବନ୍ୟ ପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ଏହି ୨ଟି ରେଞ୍ଜରେ ଏହି ଡ଼ଲଫିନ ଗଣନା କାର୍ଯ୍ୟ ହେବ । ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୩ଟି ସେକ୍ଟରରେ ୧୮ଟି ଟିମ୍ ନିଯୁକ୍ତ ହୋଇଛନ୍ତି । ପ୍ରତି ଟିମ୍ ରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ୍ ହୋଇଛନ୍ତି । ଏ ନେଇ ବାଲୁଗାଁ ବନ୍ୟ ପ୍ରାଣୀ ଡିଭିଜନ୍ କାର୍ଯ୍ୟାଳୟରେ ଟ୍ରେନିଂ ଶିବିର ଅନୁଷ୍ଠିତ ହୋଇଥିଲା । ରବିବାର ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ମଧ୍ୟାହ୍ନ ୧୨ ଟା ଯାଏ ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ବାଲୁଗାଁ ଅଂଚଳରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଟିମ୍ ରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସାସିଏସନ୍ କାର୍ଯ୍ୟକର୍ତା, ସ୍ୱେଚ୍ଛାସେବୀ ପ୍ରମୁଖ ସାମିଲ୍ ହୋଇଛନ୍ତି । ବାଇନୋକୁଲାର, ଫଟୋଗ୍ରାଫି ଓ ଜିପିଏସ ଟ୍ରାକିଂ ସିଷ୍ଟମରେ ଏହି ଗଣନା କରାଯାଉଛି ।
Related Stories
November 23, 2024