ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ହେଉଛନ୍ତି ଆୟତପୁର ପଚାଂୟତର ବୋଲି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଜଣକ ୨୨ ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସେ ନିକଟରେ କତାରରୁ ଫେରିଥିବା ଜଣାପଡିଛି । ତେବେ ଗତ ୩ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କର ଆରଟି-ପିସିଆର ଏବଂ ଜିନମସିକ୍ୱେନସିଂ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା, ହେଲେ ଗତକାଲି ରାତିରେ ଏହି ରିପୋର୍ଟ ଓମିକ୍ରନ ପଜିଟିଭ ଆସିଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଜନୈକ ସଂକ୍ରମିତଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁ କେଉଁ ମାନେ ଆସିଛନ୍ତି ସେମାନଙ୍କୁ ଟ୍ରେସ ଆଉଟ କରାଯାଉଛି । ସେହିପରି ମେଡ଼ିକାଲ୍ ଟିମ୍ ବର୍ତମାନ ସର୍ଭେ ଆରମ୍ଭ କରିଦେଇଛନ୍ତି । ତେବେ ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଅନୁରୂପ ଭାବେ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡି ଭାବେ ମାନିବା ଲାଗି ଜନସାଧାରଣଙ୍କୁ ମେଡିକାଲ କର୍ତୃପକ୍ଷ ନିବେଦନ କରିଛନ୍ତି ।
Related Stories
November 23, 2024