ପୁରୀ- ପୁରୀ ଜିଲ୍ଲାରେ କରୋନାର ତୃତୀୟ ଲହରର ପ୍ରଭାବ ଆରମ୍ଭ ହୋଇଯାଇଥିବା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଏହି କ୍ରମରେ ଆଜି ଜିଲ୍ଲାରେ ନୂଆ ୧୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ବ୍ରହ୍ମଗିରି ବ୍ଲକରୁ ୨ ଜଣ, ଗୋପ ବ୍ଲକରୁ ୨ ଜଣ, କାକଟପୁର ବ୍ଲକରୁ ଜଣେ, କୋଣାର୍କ ବିଜ୍ଞାପିତ ଅଂଚଳରୁ ୨ ଜଣ, ନିମାପଡ଼ା ବ୍ଲକରୁ ୨ ଜଣ, ପିପିଲି ବ୍ଲକରୁ ୪ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ଜଣେ, ପୁରୀ ସଦର ବ୍ଲକରୁ ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ସତ୍ୟବାଦୀ ବ୍ଲକରୁ ୭ ଜଣ, ପୁରୀ ପୌରାଚଂଳରୁ ୭୪ ଜଣ, ଏବଂ ପୁରୀରେ ରହୁଥିବା ଜିଲ୍ଲା ବାହାର ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ରାଜ୍ୟ ବାହାରର ୩ ଜଣ ଏଠାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିହାର ରାଜ୍ୟର ଜଣେ ଏବଂ ପଶ୍ଚିମବଙ୍ଗ ରାଜ୍ୟର ୨ ଜଣ ରହିଛନ୍ତି । ତେବେ ପୁରୀ ପୌରାଚଂଳରୁ ସର୍ବାଧିକ ୭୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କରୋନାର ତୃତୀୟ ଲହର ପାଇଁ ସମସ୍ତେ ସଚେତନ ରହିବା ସହ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ହାତ ଧୋଇବା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି ।
Related Stories
November 23, 2024