-
ଆଜି ଦର୍ଶନ କଲେ ଶ୍ରଦ୍ଧାଳୁ
ପୁରୀ, ଜାନୁଆରୀ ୧୦ ସୋମବାର ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତ ଦର୍ଶନ ବନ୍ଦ ରହିବ । ଆଜି ଦିନକ ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଫେରୁଛନ୍ତି । କରୋନା ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଏ ନେଇ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ବୈଠକରେ ଦର୍ଶନ ବନ୍ଦ ନିଷ୍ପତି ନିଆଯିବା ସହ ଏହାକୁ ସୋମବାର ଠାରୁ କାର୍ଯ୍ୟକାରୀ କରାଯିବ । ପୁରୀ ସହରକୁ ବାହାର ପର୍ଯ୍ୟଟକ ଆସୁଥିବାରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।