କନ୍ଧମାଳ, ଫୁଲବାଣୀ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ପୌରହିତ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ବିଧାୟକ ଅଙ୍ଗଦ କହଁର ହିତାଧିକାରୀଙ୍କୁ ବିଜୁ ପକ୍କାଘର ମରାମତି ରାଶି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପିଡି ଡିଆରଡିଏ ବିଶ୍ବରଂଜନ ନାୟକ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ ନାୟକ ଉପସ୍ଥିତ ରହିଥିଲେ ।
କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ ହଜାର ୫୯୦ ଜଣ ହିତାଧିକାରୀ ଏହି ମରାମତି ରାଶି ସିଧାସଳଖ ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଘୋଷଣା କରିବା ସହ ଉଦଘାଟନ କରିଥିଲେ । ଏହି ସୁବିଧା ୨୦୧୪ ମସିହା ଠାରୁ ୨୦୨୧ ମସିହା ମଧ୍ୟରେ ବିଜୁପକ୍କା ଘର ପାଇଥିବା ହିତାଧିକାରୀ ପାଇପାରିବେ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ୬ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ସହ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ।