
ନୂଆପଡା,ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଖୋଲିଗାଁ, ମଝାଗାଁ, ହଲୁଆପାଲି, ରୂପିଆମ ଓ ସୋସେଙ୍ଗ ଗ୍ରାମର ୧୦୫ ପରିବାରକୁ ପରିବା ବିହନ ବଣ୍ଟନ କରାଯାଇଛି । ଦି ୱାରିୟର ଫାଉଣ୍ତେସନ ତରଫରୁ ଲୋକଙ୍କୁ ବିହନ ବଣ୍ଟନ କରାଯାଇଛି । ଦି ୱାରିୟର ଫାଉଣ୍ତେସନର ସଭ୍ୟ ତେଜରାଜ ପଟେଲ ଘରକୁ ଘର ଯାଇ ପରିବା ବିହନ ବଣ୍ଟନ କରି ଥିଲେ । ଲୋକଙ୍କୁ ମୁଖ୍ୟତଃ ୯ ପ୍ରକାରର ପରିବା ବିହନ ପାଲଙ୍ଗ, ମେଥି, ଧନିଆ, ମୂଳା, ଝୁଡଙ୍ଗ, କାକୁଡି, ବିନସ୍, ଭେଣ୍ତି, କଳରା ଆଦି ବିହନ ବଣ୍ଟନ କରାଯାଇଛି । ଚାଷୀଙ୍କୁ ବିହନ ରୋପଣ ସଂପର୍କରେ ତାଲିମ ମଧ୍ୟ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ରାମ ପ୍ରସାଦ ମଲ୍ଲିକ ସହାୟତା କରିଥିଲେ ।