-
ଗାନ୍ଧିଜୀ କଂଗ୍ରେସକୁ ସଦବୁଦ୍ଧି ଦିଅନ୍ତୁ : ସମୀର ମହାନ୍ତି
ଭୁବନେଶ୍ୱର, ଭାରତୀୟ ସମ୍ବିଧାନ ଅନୁଯାୟୀ ଦେଶ ଶାସନ ବ୍ୟବସ୍ଥାର ପ୍ରମୁଖ ତଥା ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସ ନେତୃତ୍ୱ ଯେଉଁ ଭଳି ଭାବେ ଅପମାନିତ କରିଛନ୍ତି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏହାର ପ୍ରତିବାଦରେ ବିଜେପି କାର୍ଯ୍ୟକର୍ତାମାନେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଗାନ୍ଧୀ ପ୍ରତିମୂର୍ତି ତଳେ ବସି ରହି ନୀରବ ଧାରଣା ଦେଇଛନ୍ତି ।
ଏହି କ୍ରମରେ କଂଗ୍ରେସ ଦଳର ଏଭଳି ହୀନ ମାନସିକତା ଏବଂ ଷଡଯନ୍ତ୍ରକୁ ପ୍ରତିବାଦ କରି ବିଜେପି ତରଫରୁ ଶନିବାର ଭୁବନେଶ୍ୱରସ୍ଥିତ ଜନତା ମଇଦାନ ଗାନ୍ଧୀ ପାର୍କରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ନୀରବ ଧାରଣା ଦିଅଯାଇଥିଲା ।
ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଅତୀତରେ ତୃଟିପୂର୍ଣ୍ଣ ସୁରକ୍ଷା କାରଣରୁ ଦେଶବାସୀ ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଥିବା କଂଗ୍ରେସ ଦଳ ଓ କଂଗ୍ରେସ ନେତା ଭୁଲିବା କଥା ନୁହେଁ । ଗତ ୫ ତାରିଖ ଦିନ ପଞ୍ଜାବରେ ଶାସକ କଂଗ୍ରେସ ଦଳ ତରଫରୁ ହୀନ ଷଡଯନ୍ତ୍ର ରଚାଯାଇ ଯାତ୍ରା ପଥକୁ ଅବରୋଧ କରି ଦୀର୍ଘ ୨୦ ମିନିଟ କାଳ ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ରାସ୍ତା ମଝିରେ ଓ ପୋଲ ଉପରେ ରୋକାଯାଇଥିଲା, ନିଶ୍ଚିତ ଭାବେ ଏକ ସମ୍ଭାବ୍ୟ ଅଘଟଣରୁ ପ୍ରଧାନମନ୍ତ୍ରୀ ବର୍ତି ଯାଇଛନ୍ତି । କଂଗ୍ରେସ ନେତୃତ୍ୱ ଅସହିଷ୍ଣୁତାର ଚରମ ସୀମା ଉଲ୍ଲଘଂନ କରି ଏକ ନୂତନ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବାରୁ ଗାନ୍ଧିଜୀ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।
ଏହି ନୀରବ ଧାରଣାରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦିକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ ଦାସ୍, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ମଣ୍ଡଳ ସଭାପତି ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ବିଜୟ ରାଉତ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଗୀତାରାଣୀ ବେହେରା, ସିବାସୀଷ ମହାନ୍ତି, ଶୁଭକାନ୍ତ ସାହୁ, ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।