ଭୁବନେଶ୍ୱର, ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ବିଏମ୍ସି ପକ୍ଷରୁ ଏହାର ଏକ ହଷ୍ଟେଲକୁ କେଂଟନମେଂଟ ଘୋଷଣା କରାଯାଇଛି । ଭୁବନେଶ୍ୱରସ୍ଥିତ ଏକ୍ସଆଇଏମବି ଇନଷ୍ଟିଚ୍ୟୁଟ୍ ର ହଷ୍ଟେଲରୁ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେଂଟନମେଂଟ ଘୋଷଣା ପରେ ସମ୍ପୃକ୍ତ ହଷ୍ଟେଲ ଛାତ୍ରଛାତ୍ରୀ ବାହାରକୁ ବାହାରି ପାରିବେନି । ବିଏମ୍ସି ପକ୍ଷରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏଥିସହ କଲେଜ କ୍ୟାମ୍ପସ୍ ପରିସରରେ ଥିବା ଅନ୍ୟ ସବୁ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ ।