ଭୁବନେଶ୍ୱର,ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ଶନିବାର ଭୁବନେଶ୍ୱର ମହାନଗର ନିଗମର ସାଉଥ୍-ୱେଷ୍ଟ୍ ଏବଂ ଉତର ଜୋନର ଦଶଟି ସ୍ଥାନକୁ ମାଇକ୍ରୋ କେଂଟନମେଂଟ ଜୋନ୍ ଘୋଷଣା କରିଛି ବିଏମସି ।
ସୂଚନା ଅନୁଯାୟୀ, କଳିଙ୍ଗନଗରର ବିପୁଲ ଗାର୍ଡେନରେ ୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ମାଇକ୍ରୋ ଜୋନ୍ କରାଯାଇଛି । ସେହିପରି ୭ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଖଣ୍ଡଗିରିର ଅନ୍ନପୂର୍ଣ୍ଣା ଫାଇନାନ୍ସକୁ ମାଇକ୍ରୋ କେଂଟନମେଂଟ ଜୋନ୍ କରାଯାଇଛି । ପୋଖରିପୁଟର ବିଡିଏ କଲୋନିରେ ୩ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ବି ମାଇକ୍ରୋ କେଂଟନମେଂଟ ଜୋନ୍ ଘୋଷଣା କରିଛି ବିଏମସି ।
ଅପରପକ୍ଷରେ ୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଜାଗମରାର ସିଦ୍ଧିବିହାର, କଳିଙ୍ଗନଗରର ଗ୍ୟାଲେକ୍ସି ରେସିଡେନ୍ସିରେ ୪ଜଣ ଓ ରାଜଭବନ ନିକଟସ୍ଥ ସୂର୍ଯ୍ୟନଗରରେ ୫ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଅଂଚଳକୁ ଫାଇନାନ୍ସକୁ ମାଇକ୍ରୋ କେଂଟନମେଂଟ୍ ଜୋନ୍ କରାଯାଇଛି ।
ରାଜଧାନୀର ଜାଭିଅର୍ ଇନଷ୍ଟିଚ୍ୟୁଟର ହଷ୍ଟେଲ, ଗାଡ଼କଣର ନେତାଜୀ ସୁଭାଷ ଏନକ୍ଲେଭ୍, ପଟିଆର ଖାରବେଳ ଇଷ୍ଟ ଭ୍ୟୁ ଆପାର୍ଟମେଂଟ ଓ ହଂସପାଳର ଲକ୍ଷ୍ମୀ ରେସିଡେନ୍ସିକୁ ମାଇକ୍ରୋ କେଂଟନମେଂଟ ଜୋନ୍ ଘୋଷଣା କରାଯାଇଛି ।