
ଭୁବନେଶ୍ୱର, ରାଜ୍ୟର ୯୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଏବେ ୩୪୫୩ ଟିକାକରଣ କେନ୍ଦ୍ରରେ ଟିକାକରଣ ଚାଲିଛି । ସେଥିରୁ ୧୧୯୧ଟି ଟୀକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷର କିଶୋରଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୩୩୨ ଜଣଙ୍କୁ ଟିକା ଦିଆଯାଇଛି ।
ସେ କହିଛନ୍ତି, ଏହା ଭିତରେ ପ୍ରଥମ ଡୋଜ ୯୧ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ସେଥିମଧ୍ୟରୁ ଦ୍ୱିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ୧୦ ତାରିଖରେ ପ୍ରିକସନ ଡୋଜ ଆରମ୍ଭ ହେବ । ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରିକସନ ଡୋଜ ଦିଆଯିବ । ଯିଏ ଯେଉଁ ଡୋଜ ନେଇଥିବ, ସିଏ ସେହି ଟିକା ନେବ । ଚାରିଆଡେ କରୋନା ବଢୁଛି । ସମସ୍ତଙ୍କୁ ପରାମର୍ଶ ସମସ୍ତେ କୋଭିଡ ନିୟମ ମାନି ଚାଲନ୍ତୁ ବୋଲି ସେ କହିଛନ୍ତି ।