ଭୁବନେଶ୍ୱର, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ ସେ ଗତକାଲି ଲକ୍ଷଣବିହୀନ କରୋନା ସଂକ୍ରମିତ ହୋଇଛନ୍ତି । ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି । ଯେଉଁମାନେ ତାଙ୍କ ସହ ଗତ ୩ ଦିନ ଭିତରେ ମିଶିଛନ୍ତି, ସେମାନଙ୍କୁ କୋଭିଡ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।