କନ୍ଧମାଳ, ଫୁଲବାଣୀ ସିଏମପିଓ ତଥା ସମ୍ମନ୍ବିତ ଶିଶୁ ବିକାଶ ଅଧିକାରିଣୀ ସୁବର୍ଣ୍ଣମାଳା ନାୟକଙ୍କ ନେତୃତ୍ବରେ ସୁପରଭାଇଜର ମୌସୁମି ବେହେରା, ସନ୍ଧ୍ୟାରାଣୀ ମହାନ୍ତି, ଆକ୍ସନଏଡ୍ ର ଜିଲ୍ଲା ସଂଯୋଜିକା ସଂଧ୍ୟାରାଣୀ ନାୟକ ଓ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ଏବଂ ଚାଇଲ୍ଡଲାଇନ୍ ର ୨ ଜଣିଆ ଟିମ୍ ଶିବଶଙ୍କର ବେହେରା ଓ ସୁପ୍ରଭା ନାୟକ ମିଳିତ ଭାବେ ଫୁଲବାଣୀ ମୁନିସପାଲଟି ଅଞ୍ଚଳର ଡାକପାଲା ଗ୍ରାମରେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ନାବାଳକ ପରିବାରରେ ପହଞ୍ଚି ଏହାକୁ ବନ୍ଦ କରାଇଥିଲେ । ସମ୍ପୃକ୍ତ ନାବାଳକ ଓ ତାର ପିତାମାତାଙ୍କୁ କାଉନସେଲିଂ କରି ବାଲ୍ୟବିବାହର କୁପରିଣାମ ଓ ଏହାର ଆଇନ ସମ୍ପର୍କରେ ଅବଗତ କରାଯାଇଛି । ନାବାଳକ ଓ ପିତାମାତାଙ୍କ ଠାରୁ ଲିଖିତ ଚୁକ୍ତିନାମା କରେଇଛନ୍ତି ।
ସୂଚନା ଅନୁସାରେ, ନାବାଳକର ବୟସ ୧୫ ବର୍ଷ । ସେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ ୧୦ ଦିନ ହେବ ଫୁଲବାଣୀ ସହରର ୧୬ବର୍ଷୀୟା ନାବାଳିକାକୁ ପ୍ରେମ ସମ୍ପର୍କ ରଖି ନିଜ ଘରେ ରଖିଥିଲେ । ଏବଂ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ଆଜି ମିଳିତ ଟିମ୍ ସେଠାରେ ପହଞ୍ଚି ଥିଲା । ମିଳିତ ଟିମ୍ ପହଞ୍ଚିବା ସମୟରେ ନାବାଳିକାକୁ ମିଳିନଥିଲା । ନାବାଳିକାକୁ ତାର ଘରକୁ ପଠାଇ ଦେଇଥିଲେ ନାବାଳକର ପରିବାର ଲାେକେ । ଏହାପରେ ମିଳିତ ଟିମ୍ ସମସ୍ତ ପ୍ରକ୍ରିୟା ସମାପ୍ତ କରି ଗ୍ରାମରେ ଏକ ଶିଶୁସୁରକ୍ଷା ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଗ୍ରାମରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଶପଥ ପାଠ କରେଇଥିଲେ ।