ଭୁବନେଶ୍ୱର, ମିଶନାରୀ ଦ୍ୱାରା ପରିଚାଳିତ ୧୩ଟି ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ୭୮.୭୬ ଲକ୍ଷ ପ୍ରଦାନ କରିବାକୁ ବିରୋଧ କରି ସ୍ଥାନୀୟ ମାଷ୍ଟର କ୍ୟାଂଟିନ୍ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ହିନ୍ଦୁ ଜାଗରଣ ମଂଚ ।ିହିନ୍ଦୁଜାଗରଣ ମଂଚର ରାଜ୍ୟସଂଗଠନ ସମ୍ପାଦକ ତନ୍ମୟ ଦାଶ କହିଛନ୍ତି ବିପର୍ଯ୍ୟୟ ପ୍ରଭାବିତ ଅସୁବିଧାରେ ଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ବ୍ୟବହାର କରାଯାଏ । ଓଡ଼ିଶାରେ କରୋନା ମହାମାରୀ ସମୟରେ ଲୋକମାନେ ହାହା କାର କରୁଥିବା ବେଳେ ବିଭିନ୍ନ ହିନ୍ଦୁ ମଠମନ୍ଦିର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧.୩୭ କୋଟି ସାହାଯ୍ୟ କରିବା ସହ ଲୋକମାନଙ୍କ ସେବାରେ ନିୟୋଜିତ ଥିଲେ । କିନ୍ତୁ ମିଶନାରୀମାନେ ସେତେବେଳେ ଏସବୁରୁ ନିଜକୁ ଦୂରରେ ରଖିଥିଲେ ।
ଆମ ଦେଶରେ ମିଶନାରୀମାନେ ସର୍ବଦା ସନ୍ଦେହ ଘେରରେ ରହିଆସିଛନ୍ତି । ସେବା ଆଳରେ ସରଳଲୋକଙ୍କୁ ଆର୍ôଥକ ପ୍ରଲୋଭନ ଦେଖାଇ ବେଆଇନ ଭାବେ ଧର୍ମାନ୍ତରୀକରଣ କରିଆସିଛନ୍ତି । କନ୍ଧମାଳରେ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଧର୍ମାନ୍ତରୀକରଣର ଘୋର ବିରୋଧୀ ଥିବା କାରଣରୁ ମିଶନାରୀମାନେ ଷଡଯନ୍ତ୍ର କରି ତାଙ୍କ ହତ୍ୟା କରିଥିଲେ । ଘଟଣାକୁ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଆଜ ିସେମାନଙ୍କୁ ଆର୍ôଥକ ଅନୁଦାନ ପ୍ରଦାନ କରିବା ଅତ୍ୟନ୍ତ ହୀନ କାର୍ଯ୍ୟ ବୋଲି ଶ୍ରୀମାନ ଦାଶ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କେବଳ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ କିମ୍ୱା ଦଳୀୟ ନୁହେଁ ଏକଥା ମୁଖ୍ୟମନ୍ତ୍ରୀ ଜାଣିରଖିବା ଦରକାର । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ଦୁରୁପଯୋଗ କରି ମିଶନାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରିଛନ୍ତି । ଆଗକୁ ପଂଚାୟତ ନିର୍ବାଚନ ଆସୁଥିବାବେଳେ ସରକାର ସଂଖ୍ୟାଲଘୁ ଭୋଟ୍ ହାତେଇବା ପାଇଁ ଏପରି ହୀନ ଷଡଯନ୍ତ୍ର କୁ ହିନ୍ଦୁ ଜାଗରଣ ମଂଚ ଦୃଢ଼ବିରୋଧ କରିଛି । ଶୁକ୍ରବାର ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ ଛକ ଠାରେ ବିକ୍ଷୋଭ କରି ରାଜ୍ୟରେ ଏପରି ତୁଷ୍ଟିକରଣ ରାଜନୀତି ବନ୍ଦ ହେବା ସହ ଏପରି ସାମ୍ପ୍ରଦାୟିକ ଭେଦଭାବ ନକରିବା ପାଇଁ ହିନ୍ଦୁଜାଗରଣ ମଂଚ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛି । ରାଜ୍ୟ ସରକାର ଏଥିରୁ ନିବୃତ ନ ହେଲେ ଆନ୍ଦୋଳନ ଆଗକୁ ଆହୁରି ବ୍ୟାପକ ହେବ ବୋଲି ହିନ୍ଦୁଜାଗରଣ ମଂଚ ସୂଚନା ଦେଇଛି ।