ପୁରୀ, ପୁରୀ ଜିଲ୍ଲାରେ କରୋନାର ତୃତୀୟ ଲହରର ପ୍ରଭାବ ଆରମ୍ଭ ହୋଇଯାଇଥିବା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଏହି କ୍ରମରେ ଆଜି ଜିଲ୍ଲାରେ ୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ରହ୍ମଗିରି ବ୍ଲକରୁ ଜଣେ, ଡ଼େଲାଙ୍ଗ ବ୍ଲକରୁ ଜଣେ, କାକଟପୁର ବ୍ଲକରୁ ଜଣେ, କଣାସ ବ୍ଲକରୁ ଜଣେ, କୃଷ୍ଣପ୍ରସାଦ ବ୍ଲକରୁ ଜଣେ, ନିମାପଡ଼ା ବ୍ଲକରୁ ଜଣେ, ପିପିଲି ବ୍ଲକରୁ ୨ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ଜଣେ, ପୁରୀ ସଦର ବ୍ଲକରୁ ୨ ଜଣ, ସତ୍ୟବାଦୀ ବ୍ଲକରୁ ୨ ଜଣ, ପୁରୀ ପୌରାଚଂଳରୁ ୩୮ ଜଣ ଏବଂ ପୁରୀରେ ରହୁଥିବା ଜିଲ୍ଲା ବାହାର ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କଟକ ଜିଲ୍ଲାରୁ ୨ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ରହିଛନ୍ତି । ତେବେ ପୁରୀ ପୌରାଚଂଳରୁ ସର୍ବାଧିକ ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କରୋନାର ତୃତୀୟ ଲହର ପାଇଁ ସମସ୍ତେ ସଚେତନ ରହିବା ସହ ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ହାତ ଧୋଇବା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି ।