-
ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ଦାବିପତ୍ର,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଗୁରୁବାର ପୁରୀ ନିଶାମୁକ୍ତ ଅଭିଯାନ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ସମ୍ପାଦକ ସମାଜସେବୀ ଚକ୍ରଧର ମହାପାତ୍ର ଙ୍କ ଅଧକ୍ଷାତାରେ ଭକ୍ତ ସାଲବେଗ ସମାଧିପୀଠ ରେ 30 ଗୋଟି ସାମାଜିକ ସଂଗଠନ ର କର୍ମକର୍ତ୍ତାଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା l ପୁରୀ ସହରରେ ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲାଯାଇଥିବାରୁ ନିଶା କାରବାର ବଢିବାର ଲାଗିଛି ଯାହା ଫଳରେ ପବିତ୍ରତା ଓ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଛି l ମିଳିତ ମଞ୍ଚର ନିଷ୍ପତି ଅନୁଯାୟୀ ଆସନ୍ତା ଜାନୁଆରୀ 10 ସୋମବାର ଦିନ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ। ୨୦୧୩ ମସିହାରେ ଓଡିଶାରେ ଗୁଟଖା ବନ୍ଦ କରାଯାଇଛି କିନ୍ତୁ ପୁରୀ ସହରରେ ଅବାଧରେ ଗୁଟଖା ବିକ୍ରି କରାଯାଉଛି। ପୁରୀ କୁ ଯେମିତି ଗୁଟୁଖା ପ୍ରବେଶ ବନ୍ଦ କରାଯିବ ତାକୁ ନେଇ ଆସନ୍ତା ଜାନୁଆରୀ ୧୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଦାବିପତ୍ର ଦିଆଯିବ l ଏହାସହ ଜିଲ୍ଲାପାଳ ଙ୍କ ସହ ମଧ୍ୟ ଗୁଟଖା ବନ୍ଦ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମତିଥିରେ ତଥା ଜାତୀୟ ଯୁବ ଦିବସ ଅବସରରେ ଆସନ୍ତା ଜାନୁଆରୀ ୧୨ ତାରିଖରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଠାରେ ସେଣ୍ଟ ଜୋନ ଆମ୍ବୁଲାନ୍ସ ପକ୍ଷରୁଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ ସେଥିରେ ମିଳିତ ସମସ୍ତ ଅନୁଷ୍ଠାନ ସହଯୋଗ କରିବେ ବୋଲି ସଂମ୍ମତି ଜଣାଇଛନ୍ତି। ବିଶିଷ୍ଠ ଗାନ୍ଧିବାଦୀ ତଥା ପଦ୍ମଶ୍ରୀ ଡ଼କ୍ଟର ଏସ ଏନ ସୁବା ରାଓଙ୍କ ଅସ୍ଥି କଳସ ଯାତ୍ରା କରି ମହୋଧିଦି ରେ ବିସର୍ଜନ କରାଯିବା ପାଇଁ ନିଷ୍ପତି କରାଯାଇଛି l ଏହି ବୈଠକରେ ଅନୁଷ୍ଠାନର ସଂଯୋଜକ ତଥା ଦି ମିରର ର ସଭାପତି ସଞ୍ଜୟ କୁମାର ପ୍ରଧାନ କାଯ୍ୟକ୍ରମକୁ ପରିଚାଳନା କରିଥିଲେ l ବରିଷ୍ଠ ସାମ୍ବାଦିକ, ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ, ମିଶନ ଓଡିଶା ସମ୍ପାଦକ ସାମ୍ବାଦିକ ମଧୁସୂଦନ ମିଶ୍ର, ଅଭିନନ୍ଦନିକା ର ସମ୍ପାଦକ ଶ୍ୟାମପ୍ରକାଶ ସେନାପତି, ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ରମାକାନ୍ତ ମଣ୍ଡଳ, ଗୋପବନ୍ଧୁ ସେବା ପରିଷଦର ଅଧକ୍ଷ ପ୍ରଦୀପ କୁମାର ମହାରଣା, ଭଏସ ଅଫ କମନମ୍ୟାନ ହେକ୍ଟର ମିଶ୍ର, ଖାଉଟି ସୁରକ୍ଷା ମଞ୍ଚର ଛାୟାକାନ୍ତ ନାୟକ, ସୁରକ୍ଷାର ସମ୍ପାଦକ ରାଧାଶ୍ୟାମ ରଥ, ନୀଳାଚଳ ନାରୀ ସେବା ସମିତିର ବିଦ୍ୟୁତଲତା ଆଚାର୍ଯ୍ୟ, ସମର୍ପଣର ଗୋବିନ୍ଦ ପାତ୍ର, ସୌମ୍ୟ ରଞ୍ଜନ ପାତ୍ର, ମିତ୍ରସଙ୍ଗର ଅନନ୍ତ ସେନାପତି, ମାଟିର ମଣିଷର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ସେଣ୍ଟ ଜନ ଆମ୍ବଲାନ୍ସର ଲାଲା ଅନନ୍ତ କୁମାର ସିଂ, ଯୁବଶକ୍ତିର ସମ୍ପାଦକ ସନ୍ଦୀପ କର୍ମକାର, ଏଚ ଏସ ଇ ର ସଂଗ୍ରାମ ମହାନ୍ତି, ରତ୍ନାକର ବେହେରା, ଶିବ କୁମାର ପଳେଇ ଓ କାର୍ତ୍ତିକ ସେନାପତି କାଯ୍ୟକ୍ରମ ରେ ଯୋଗ ଦେଇଥିଲେ |