-
ଗୋସେଵା ପାଇଁ ଆଗେଇ ଆସିବାକୁ ବାର୍ତ୍ତା ଦେଲେ ଜିଲ୍ଲାପାଳ
ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଘାଟିତ ହୋଇଛି । ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ଉଦଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳାରେ ଗୋମାତା ମାନଙ୍କ ଉତ୍ତମ ସେବା ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗୋମାତାଙ୍କ ସୁରକ୍ଷା, ସମୃଦ୍ଧି ଓ ଘରେ ଘରେ କିଭଳି ଗୋମାତା ମାନଙ୍କ ସେବା କରାଯାଇ ପାରିବ ସେନେଇ ଟ୍ରଷ୍ଟ ଦେଉଥିବା ବାର୍ତ୍ତାକୁ ପ୍ରଶଂସା କରିଥିଲେ | ଏଥିରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ମହାନ ଆୟୋଜନ ମାଧ୍ୟମରେ ସମଗ୍ର ବିଶ୍ୱରୁ କରୋନା ଦୁରେଇ ଯାଉ ଆଶା ବ୍ୟକ୍ତ କରିବା ସହିତ ଅତ୍ୟାଧୁନିକ ଶୈଳୀରେ ଗୋଶାଳା ନିର୍ମାଣ କରାଯାଇ ଗୋମାତା ମାନଙ୍କ ଉତ୍ତମ ସେବା ଯୋଗାଇ ପାରିବା |ଏଥିରେ ଆମ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ମହାପ୍ରଭୁଙ୍କ ନିକଟରେ ବିଶ୍ୱାସ ରଖି ବ୍ୟକ୍ତିଗତ ଭାବେ ଆଗେଇ ଚାଲିଲେ ସଫଳତା ନିଶ୍ଚୟ ମିଳିବ |ଏଥିରେ ସଂମ୍ମାନିତ ଅତିଥି ରୂପେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ରାଧା ବଲ୍ଲଭ ମଠର ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ଜୀ ମହାରାଜ, ନେବଳ ଦାସ ମଠର ମହନ୍ତ ଡ଼ ରାମଚରଣ ଦାସଜୀ ମହାରାଜ,ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ,ଓଡିଶା ବିଜେପି ମହିଳା ମୋର୍ଚ୍ଚାର ମହାସଚିବ ରଶ୍ମି ରେଖା ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ |
ଉତ୍ସବ ପ୍ରାରମ୍ଭରେ ମହୋତ୍ସବର ମାର୍ଗଦର୍ଶକ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ଙ୍କ ସଭାପତିତ୍ବ କରିଥିଲେ |ଟ୍ରଷ୍ଟ ତରଫରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସଂମ୍ମାନିତ କରାଯାଇଥିଲା | ତେଲେଙ୍ଗାନା ର ଅନ୍ତରାଷ୍ଟ୍ରୀୟ ରାମକଥା ବାଚକ ବ୍ୟାସ ସୁରେଶ ସାରଡ଼ା,ଶରତ ସାରଡ଼ା ରାମାୟଣ ପାଠ କରିଥିଲେ |ଟ୍ରଷ୍ଟର ସଂଯୋଜକ ରଞ୍ଜିତା ପାଢ଼ୀଙ୍କ ପ୍ରତ୍ୟେକ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ କୁ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତା ବିଷ୍ଣୁଦତ୍ତ ଦାସ ମହୋତ୍ସବ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ଟ୍ରଷ୍ଟର ସଭାପତି ଭାଗିରଥି ପୂଜାପଣ୍ଡା,ଅନ୍ତରାଷ୍ଟ୍ରୀୟ ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର,ସଦସ୍ୟା ଲକ୍ଷ୍ମୀପ୍ରିୟା ପଣ୍ଡା ଓ ସଦସ୍ୟ କାର୍ତ୍ତିକ ପଣ୍ଡା,ପଣ୍ଡିତ ସୌମ୍ୟରଞ୍ଜନ ଆଚାର୍ଯ୍ୟ,ଗଣେଶ୍ବର ପଣ୍ଡା,ପିତାମ୍ବର ପଣ୍ଡା, ହରପ୍ରସାଦ ମହାପାତ୍ର, ପ୍ରକାଶ ଚନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା, ଦିଲ୍ଲୀପ କୁମାର ମହାନ୍ତି ସହଯୋଗ କରିଥିଲେ ।