ଆଜି କୃଷ୍ଣ ପ୍ରସାଦ ବ୍ଲକ ଜହ୍ନିକୁଦା-ସାତପଡ଼ା ସେତୁ ନିର୍ମାଣ ସମିତିର ବରିଷ୍ଠ ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା। ଶ୍ରୀ ଦାସ ବର୍ମା କହିଛନ୍ତି ଆଗାମୀ ଦିନରେ ଚିଲିକା ସାତପଡ଼ାରେ ସ୍ଥାୟୀ ସେତୁ ନିର୍ମାଣ ପାଇଁ ତାଙ୍କ ତରଫରୁ ସମସ୍ତ ସହଯୋଗ ରହିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଦଳମତ ନିର୍ବିଶେଷରେ କୃଷ୍ଣପ୍ରସାଦ ବ୍ଳକର ଯୁବପିଢ଼ି, ଶିକ୍ଷାବିତ, ଭଦ୍ରବ୍ୟକ୍ତି, ଗାଁର ମୁରବି ମାନେ ଏକ ହୋଇ ଏକ ସ୍ୱର ନେଇ ଆଗକୁ ବଢିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ କୃଷ୍ଣପ୍ରସାଦ ଅଞ୍ଚଳର ବହୁ ଦିନର ସମସ୍ୟା ସ୍ଥାୟୀ ସେତୁ ନିର୍ମାଣ ପାଇଁ ଦାବି ଦୋହରାଇବା। ତାଙ୍କ ସହ ଉପସ୍ଥିତ ଥିଲେ ୩୫ ମୌଜାର ସଭାପତି ଦାମଦର ବିଶ୍ୱାଳ, କୃଷ୍ଣପ୍ରସାଦ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଗୋମୁଣ୍ଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ନବୀନ ଜେନା, ବରିଷ୍ଠ ବିଜେଡି ନେତା କେଦାରନାଥ ଜେନା, ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାଥ ତରେଇ, ଗୋମୁଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ବିଜୟ ତରେଇ ଓ ଏ ନେଇ ସିପି ଆଇ ଏମ ନେତା ଶରତ ରାୟଗୁରୁ ଙ୍କ ସହ ଆଲୋଚନା କରିଛନ୍ତି।
Related Stories
November 23, 2024