କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଆସୋସିଏସନ ଅଫ୍ ଟୁଇଟର ଆକ୍ଟିଭିଷ୍ଟ (ଆଟା) ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି ଓ ଆଜି ଠାରୁ ପ୍ରତ୍ୟେକ ଦିନ ଏହି ମହାପୁରୁଷଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉ କି ଗତ କିଛି ମାସ ତଳେ ଅନୁଷ୍ଠାନର ସଦସ୍ୟଙ୍କ ଟୁଇଟର ଯୋଗେ ଅଭିଯୋଗ ଓ ପୁରୀର ପ୍ରିୟ ଜିଲ୍ଲାପାଳ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ଆଲୋକିକରଣର ବ୍ୟବସ୍ଥା ହୋଇପାରିଥିଲା। କିନ୍ତୁ ଦୁଃଖର ବିଷୟ ଏହିକି ଯେ ଜିଲ୍ଲା ପ୍ରଶାସନ କେବଳ ମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧବାର୍ଷିକୀରେ ମାଲ୍ୟାର୍ପଣ କରିଥାଏ |ଏବେ ଆଟା ଅନୁଷ୍ଠାନ ପକ୍ଷରୁ ଉକ୍ତ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପ୍ରତ୍ୟେକ ଦିନ ମାଲ୍ୟାର୍ପଣ କରି ଅନ୍ୟ ଅନୁଷ୍ଠାନ ପାଇଁ ଉଦାହରଣ ସୃଷ୍ଟି କରିବା ସହ ପ୍ରଶାସନର ଅବହେଳାକୁ ସାମନାକୁ ଆଣିଛି ଓ ପୁରୀ ସହରରେ ଥିବା ଅନ୍ୟ ମହାପୁରୁଷଙ୍କୁ ଏହି ଭଳି ସବୁଦିନ ପୂଜ୍ୟପୂଜା କରିବାକୁ ଅନ୍ୟ ସାମାଜିକ ଅନୁଷ୍ଠାନ ମାନକୁ ଆହ୍ବାନ ଦେଇଛି।
ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଫେଇ କର୍ମଚାରୀ ପ୍ରମିଳା ମଲ୍ଲିକ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଭାପତି ସୁଧାଂଶୁ ଜେନା, ସାଧାରଣ ସମ୍ପାଦକ ଆଇନଜୀବୀ ଦେବାଶିଷ ଦାଶ ସହ ଉପ ସଭାପତି ବିସ୍ମୟ ମିଶ୍ର, ସହ ସଂପାଦକ ଆଦିତ୍ୟ ନାରାୟଣ ବାରିକ ଏବଂ ବିପିନ ମହାନ୍ତି,ସତ୍ୟନାରାୟଣ ସାହୁ,ଦେବରାଜ ଦାସ,ରାଜେଶ ନନ୍ଦ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।କିଛି ମାସ ତଳେ ଅନୁଷ୍ଠାନ ଦ୍ଵାରା ଆରମ୍ଭ ହୋଇଥିବା ସିଂହଦ୍ଵାର ନିକଟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଦୈନିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ବର୍ତ୍ତମାନ ମଧ୍ୟ ଚାଲୁ ଅଛି।
Related Stories
November 23, 2024