ଭୁବନେଶ୍ୱର, ରାଜ୍ୟରେ କରୋନାର ନୂଆ ଭାରିଆଂଟ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବଲାଙ୍ଗୀର ଜିଲ୍ଲାର । ବଲାଙ୍ଗୀର ଜିଲ୍ଲାର ସିଡିଏମଓ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବଲାଙ୍ଗୀର ଆଗଲପୁର ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି । ଏହା ବଲାଙ୍ଗୀର ଜିଲ୍ଲାର ପ୍ରଥମ ଓମିକ୍ରନ୍ କେସ୍ ଥିଲା । ଏହାପରେ ଏକ ଟିମ୍ ସଂପୃକ୍ତ ମୃତକଙ୍କ ଘରେ ପହଂଚି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରିବା ସହ ତାଙ୍କ କଂଟାକ୍ଟ ଟ୍ରେସିଂ ଜାରି ରଖିଥିବା ସୂଚନା ମିଳିଛି ।