ଭୁବନେଶ୍ୱର, ରାଜ୍ୟରେ ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖା ଗଲାଣି । ତେଣୁ ଆଗାମୀ ଦିନରେ ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଗାମୀ ୧୦ ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୁଷ୍ଟର ଡୋଜ ଆରମ୍ଭ ହେବ । କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଅନ୍ୟ ରାଜ୍ୟରେ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ।
ସେ କହିଛନ୍ତି ଯେ ଟିକାକରଣ ଓ ସର୍ଭେଲାନ୍ସ ଜାରି ରହିଛି । ଏବେ ରାଜ୍ୟରେ ଆଇସିୟୁ ଲୋଡ୍ ବହୁତ କମ୍ ରହିଛି । ଆଇସିୟୁ ବେଡ୍ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହଁସ ବୋଲି ସେ ନିବେଦନ କରିଛନ୍ତି ।